ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ରାଜଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସିଂହଙ୍କ ସହ ବିଜେପି ଓ ଏନପିଏଫର ୧୪ ଜଣ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ଏହି ନିଷ୍ପତ୍ତି ପୂର୍ବରୁ, ବୀରେନ ସିଂହ ରବିବାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ, ଗୃହ ମନ୍ତ୍ରଣାଳୟ ସମସ୍ତ ସୁରକ୍ଷା ଏଜେନ୍ସିକୁ ହାଇ ଆଲର୍ଟ ରହିବାକୁ କହିଛି।
ରାଜ୍ୟପାଳଙ୍କୁ ଲେଖିଥିବା ଚିଠିରେ ଶ୍ରୀ ସିଂହ କହିଛନ୍ତି, ମଣିପୁରବାସୀଙ୍କ ସେବା କରିବା ଗୌରବର ବିଷୟ। ପ୍ରତ୍ୟେକ ମଣିପୁରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସମୟୋପଯୋଗୀ ପଦକ୍ଷେପ, ହସ୍ତକ୍ଷେପ, ଉନ୍ନୟନମୂଳକ କାର୍ଯ୍ୟ ଏବଂ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ଅତ୍ୟନ୍ତ ଧନ୍ୟବାଦ ଜଣାଉଛି।
ଚିଠିରେ ସ୍ୱାକ୍ଷରକାରୀଙ୍କ ମଧ୍ୟରେ ବିଧାନସଭା ବାଚସ୍ପତି ଥୋକଚୋମ ସତ୍ୟବ୍ରତ ସିଂହ, ମନ୍ତ୍ରୀ ଥୋଙ୍ଗମ ବିଶ୍ୱଜିତ ସିଂହ ଏବଂ ୟୁମନାମ ଖେମଚାନ୍ଦ ସିଂହ ସାମିଲ ଥିଲେ। ଚିଠିରେ କୁହାଯାଇଛି ଯେ ମଣିପୁରର ଲୋକମାନେ ଭାଜପା ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ଯେ ରାଜ୍ୟରେ ଏପର୍ଯ୍ୟନ୍ତ ଶାନ୍ତି କାହିଁକି ଫେରାଇ ଆଣଯାଇ ନାହିଁ। ଯଦି ଶୀଘ୍ର ସମାଧାନ ନହୁଏ, ତେବେ ବିଧାୟକମାନଙ୍କୁ ଇସ୍ତଫା ଦେବାକୁ ଦାବି କରାଯିବ।
Powered by Froala Editor