ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ହୋଇଥିବାବେଳେ ଦିଲ୍ଲୀବାସୀଙ୍କ ଦିଲ ଜିତିଛି ବିଜେପି । ଆଉ ନିର୍ବାଚନରେ ବିଜୟ ଲାଭ କରିଥିବା ଆମ ଆଦମୀ ପାର୍ଟିର ଆତିଶୀ ମାର୍ଲେନା ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।ରାଜଭବନରେ ପହଞ୍ଚି ଆତିଶୀ ମାର୍ଲେନା ବିଧିବଦ୍ଧଭାବେ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଭେଟି ଆତିଶୀ ଇସ୍ତଫାପତ୍ର ଦେଇଛନ୍ତି ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ। କାଲକାଜି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଆତିଶୀ ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେପି ପ୍ରାର୍ଥୀ ରମୋ ବିଧୁରିଙ୍କୁ ପରାଜିତ କରିଛନ୍ତି। ଆପ୍ର ବହୁ ହେଭିୱେଟ ନେତା ଚଳିତ ନିର୍ବାଚନରେ ପରାଜୟ ବରଣ କରିଥିବାବେଳେ ଆତିଶୀଙ୍କ ବିଜୟ ଆପ୍ର ସମ୍ମାନ ରକ୍ଷା କରିବାରେ ସହାୟକ ହୋଇଛି। ଆତିଶୀ ୩ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଚଳିତ ଥର ଆପ୍ ସରକାର ଗଢ଼ିବା ଆଶା ଶୂନ୍ୟ ହୋଇଥିବାବେଳେ ଦୀର୍ଘବର୍ଷ ପରେ ବିରୋଧୀ ଦଳର ଭୂମିକା ନିର୍ବାହ କରିବାକୁ ଯାଉଛି।
Powered by Froala Editor