କାଲକାଜି ଆସନରୁ ଜିତିଲେ ଆତିଶୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ। କାଲକାଜି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଆତିଶୀ ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେପି ପ୍ରାର୍ଥୀ ରମୋ ବିଧୁରିଙ୍କୁ ପରାଜିତ କରିଛନ୍ତି। ଆପ୍ର ବହୁ ହେଭିୱେଟ ନେତା ଚଳିତ ନିର୍ବାଚନରେ ପରାଜୟ ବରଣ କରିଥିବାବେଳେ ଆତିଶୀଙ୍କ ବିଜୟ ଆପ୍ର ସମ୍ମାନ ରକ୍ଷା କରିବାରେ ସହାୟକ ହୋଇଛି। ଆତିଶୀ ୩ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ଚଳିତ ଥର ଆପ୍ ସରକାର ଗଢ଼ିବା ଆଶା ଶୂନ୍ୟ ହୋଇଥିବାବେଳେ ଦୀର୍ଘବର୍ଷ ପରେ ବିରୋଧୀ ଦଳର ଭୂମିକା ନିର୍ବାହ କରିବାକୁ ଯାଉଛି।
ଆଜି ସନ୍ଧ୍ୟା ୭ଟା ୪୫ରେ ଦିଲ୍ଲୀ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦୀ। ସେଠାରେ ବିଜେପି କର୍ମୀଙ୍କୁ ସମ୍ବୋଧନ କରିବେ। ଯେତେବେଳେ ବି କୌଣସି ରାଜ୍ୟରେ ବିଜେପି ବିଜୟୀ ହୁଏ ମୋଦୀ ଗସ୍ତ କରି ନେତା ଓ କର୍ମୀଙ୍କୁ ଏଭଳି ସମ୍ବୋଧନ କରିଥାନ୍ତି । ତେଣୁ ଆଜି ମୋଦୀଙ୍କ ଦିଲ୍ଲୀ ଗସ୍ତ ଖବର ପରେ ଦିଲ୍ଲୀରେ ବିଜେପି ହିଁ ଜିତିବ ଓ ସରକାର ଗଢିବ ଏହା ଏକରକମ ସ୍ପଷ୍ଟ ହୋଇଛି। ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଆସିବାକୁ ଯାଉଛି । ଦୀର୍ଘ ୨୭ ବର୍ଷ ପରେ ପୁଣି ଫେରୁଛି ବିଜେପି । ସେପଟେ ଟ୍ରେଣ୍ଡରେ ବିଜେପି ବହୁମତ ହାସଲ କରିଥିବାବେଳେ ବିଜେପି କାର୍ୟ୍ୟାଳୟରେ ପୁରା ଉତ୍ସବର ମାହୋଲ ।
Powered by Froala Editor