ବାରବାଟୀ କ୍ରିକେଟ ପାଇଁ ଏମିତି ହୋଇଛି ପାର୍କିଂ ବ୍ୟବସ୍ଥା

କଟକ: କ୍ରିକେଟ ମ୍ୟାଚ ପାଇଁ ଯେପରି କୌଣସି ଟ୍ରାଫିକ୍ ସମସ୍ୟା ନହୁଏ ସେଥିପାଇଁ କଟକ ଟ୍ରାଫିକ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଶନିବାର ନେଟ୍ ପ୍ରାକ୍ଟିସ୍ ପାଇଁ ଦିନ ୧ଟାରୁ ରାତି ୯ଟା ଏବଂ ରବିବାର ସକାଳ ୮ଟାରୁ ଭିଡ ଭାଙ୍ଗିବା ପର୍ୟ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
ରିଂବନ୍ଧ ଦେଇ ଆସୁଥିବା ଗାଡ଼ିଗୁଡିକ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିବେ।
କନିକା ଛକ, ବିଜୁ ପଟ୍ଟନାୟକ ଛକ ପଟୁ ଆସୁଥିବା ଗାଡି ପାଇଁ ଆନନ୍ଦ ଭବନ ସମ୍ମୁଖ ପଡିଆରେ ପାର୍କିଂ ହେବ ।
ଚଣ୍ଡୀ ଛକ ଓ କଳାବିକାଶ କେନ୍ଦ୍ର ପଟୁ ଆସୁଥିବା ଦୁଇଚକିଆ ଗାଡ଼ି ପାଇଁ ଦୟାଶ୍ରମ ସାମ୍ନା ପଡିଆରେ ରହିବ ।
ଜାଭିୟର ପଡିଆର ପାସ୍ ଥିବା ଗାଡ଼ି ବାଉଁଶ ଡିପୋ ବା ବିଜୁ ପଟ୍ଟନାୟକ ଛକ ଦେଇ ଷ୍ଟାଡିୟମର ୧୪ ନମ୍ବର ଗେଟରେ ଯାଇ ପାର୍କିଂ କରିବେ।
ମାତାମଠ କିମ୍ବା କ୍ୟାଣ୍ଟନମେଣ୍ଟ ଥାନା ପଟୁ ଆସୁଥିବା ପାସ୍ଧାରୀ ଗାଡ଼ିଗୁଡିକ ବାଉଁଶ ଗଡା ପର୍ୟ୍ୟନ୍ତ ଆସି ସେଠାରେ ଗାଡ଼ି ରଖିପାରିବେ ।
Powered by Froala Editor