ଆଜି ୧୮ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଆଜି ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ୧୮ ଲକ୍ଷ ମହିଳାଙ୍କୁ ମିଳିବ ଏହି ଟଙ୍କା । ଏନେଇ ଆସନ୍ତାକାଲି ଯାଜପୁରଠାରେ ଏକ ଭବ୍ଯ କାର୍ଯ୍ଯକ୍ରମ ଆୟୋଜନ ହେବ l ଏହି ହିତାଧିକାରୀଙ୍କୁ ଟଙ୍କା ଦିଆଯିବା ପରେ ରାଜ୍ଯରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଲାଭବାନ ହେବେ l
ଶୁକ୍ରବାର ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ ଅବସରରେ ସୁଭଦ୍ରା ଟଙ୍କା ପ୍ରଦାନ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, "ଯେଉଁମାନେ NPCIରେ ରହିଯିବେ ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡି ଦିଆଯିବ l ୩ଲକ୍ଷ ୩୮ ହଜାର NPCI ମଧ୍ଯରୁ ୫୯ ହଜାର NPCI କ୍ଲିୟର ହୋଇଛି l ଗୋଟିଏ ବି ଯୋଗ୍ୟ ହିତାଧିକାରୀ ଯେପରି ବାଦ ପଡିବେନି ସେନେଇ ବ୍ୟବସ୍ଥା କରାଯାଉଛି । ସୁଭଦ୍ରା ମହିଳାଙ୍କ ପାଇଁ ବିକାଶର ମୂଳ ପିଣ୍ଡ । ସୁଭଦ୍ରା ଏକ ଫ୍ଲାଗସିପ ଯୋଜନା ନୁହେଁ ବରଂ ମହିଳାଙ୍କୁ ଉଦ୍ଯମୀ, ଉଦ୍ୟୋଗୀ ହିସାବରେ ସୁଭଦ୍ରା ଗଢି ତୋଳିବ ।ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବରେ ସହାୟତା କରିବା ସହ ସେମାନଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ 'ସୁଭଦ୍ରା ଯୋଜନା' ଆରମ୍ଭ କରାଯାଇଛି । ଏହି ଯୋଜନା ଅଧିନରେ ୫ ବର୍ଷ ମଧ୍ୟରେ ପ୍ରତି ମହିଳା ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ଦିଆଯିବ । ପ୍ରତିବର୍ଷ ୨ଟି କିସ୍ତିରେ ୧୦ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ । ଅନ୍ତର୍ଜାତୀୟ ମହିଳା ଦିବସ(ମାର୍ଚ୍ଚ ୮)ରେ ୫ ହଜାର ଓ ରକ୍ଷା ବନ୍ଧନରେ ୫ ହଜାର ଟଙ୍କା ମହିଳାଙ୍କ ଖାତାକୁ ଯିବ ।
Powered by Froala Editor