ଇସ୍ପାତନଗରୀରେ ପୁଣି ଅଘଟଣ : ସ୍ପଞ୍ଜ କାରଖାନାରେ ବିସ୍ପୋରଣ, ୪ ଗୁରୁତର

ଇସ୍ପାତ୍ ନଗରୀ ରାଉରକେଲାରେ କ୍ରମାଗତ ତୃତୀୟ ଦିନରେ ଅଘଟଣ ଘଟିଛି। ସ୍ଥାନୀୟ କଳୁଙ୍ଗା ଶିଳ୍ପାଞ୍ଚଳର ମହାବୀର ସ୍ପଞ୍ଜ କାରଖାନା ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ପୋରଣ ଘଟିଛିl ଏଥିରେ ଚାରି ଜଣ ଶ୍ରମିକ ଗୁରୁତର ହୋଇଛନ୍ତି l ରାଉରକେଲା ଏକ ଘରୋଇ ହସ୍ପିଟାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି l
ପୂର୍ବରୁ ମଧ୍ୟ ଅନେକ ଥର ଏପରି ବିସ୍ଫୋରଣର ଚିତ୍ର ସାମ୍ନାକୁ ଆସିଛି। ଅନେକ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି। ହେଲେ ଏଥର କେହି ପ୍ରାଣ ହରାଇ ନାହାନ୍ତି। ବରଂ ୪ ଜଣ ଶ୍ରମିକ ବିସ୍ଫୋରଣରେ ଆହତ ହୋଇଛନ୍ତି। ସେମାନଙ୍କୁ RGHରେ ଭର୍ତ୍ତି କରାଯାଇଛି।
ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ବେଦବ୍ୟାସ କଲୁଙ୍ଗା ଶିଳ୍ପାଞ୍ଚଳର ମହାବୀର ଫେରୋ ଆଲଏଜ୍ ସ୍ପଞ୍ଜ କାରଖାନାର ନିର୍ମାଣଧୀନ ଷ୍ଟିଲ୍ ମେଲ୍ଟିଂ ସପ୍ (ଏସ୍ଏମ୍ଏସ୍) ଫର୍ନେସ୍ରେ ଦୁର୍ଘଟଣା ଘଟିଛି। ଫର୍ନେସ୍ରେ କାମ ଚାଲିଥିବାବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ସେଠାରେ କାମ କରୁଥିବା ତିନିଜଣ ଶ୍ରମିକ ପୋଡ଼ି ଯାଇଥିଲେ। ଅନ୍ୟମାନେ ଅଳ୍ପକେ ବର୍ତ୍ତିଯାଇଥିଲେ। ଆହତମାନେ ହେଲେ ନୂଆଗାଁ ବ୍ଲକ୍ କୋକେରମାର ରାଜୁ ଗଞ୍ଜୁ (୪୧), କଲୁଙ୍ଗାର ମନୋଜ ବାଟୱାରୀ ଓ ଜାକିର୍ ଅନ୍ସାରି। ତିନିଜଣ ଆହତଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରୁ ରାଜୁ ଗଞ୍ଜୁଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍) ବର୍ନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ରାଉରକେଲା କାରଖାନା ଓ ବାଷ୍ପିତ୍ର ଉପନିର୍ଦ୍ଦେଶାଳୟର ଅଧିକାରୀ ଏବଂ ବ୍ରାହ୍ମଣୀତରଙ୍ଗ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Powered by Froala Editor