୪୦ ଫୁଟ୍ କୂଅରେ ପଡ଼ିଗଲେ ସ୍ୱାମୀ, ବଞ୍ଚାଇବାକୁ ଡେଇଁପଡ଼ିଲେ ସ୍ତ୍ରୀ

ସ୍ବାମୀ ପାଇଁ ନିଜ ଜୀବନକୁ ବାଜିରେ ଲଗାଇଲେ । ଗଭୀର କୂଅକୁ ମଧ୍ୟ ଡେଇଁ ପଡିଲେ ସ୍ତ୍ରୀ ।କେରଳରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ରମେଶନ(୬୪) ନାମକ ଜଣେ ବ୍ୟକ୍ତି ଘର ପାଖରେ କାମ କରୁଥିବା ସମୟରେ ହଠାତ ୪୦ ଫୁଟ ଗଭୀର କୂଅରେ ପଡ଼ିଯାଇ ଅଚେତ ହୋଇ ଯାଇଥିଲେ। ତେଣୁ ତାଙ୍କୁ ଦୌଡ଼ି ପକାଇ ଉଦ୍ଧାର କରିବା ସମ୍ଭବ ନଥିଲା। ତେଣୁ ସ୍ତ୍ରୀ ପଦ୍ମା (୫୪) ଦୌଡ଼ି ସାହାଯ୍ୟରେ କୂଅ ଭିତରକୁ ଓହ୍ଲାଇ ଯାଇଥିଲେ ।
ପୁରା ଘଟଣାଟି ଏପରି, ପିରାଭୋମ୍ ମ୍ୟୁନିସିପାଲିଟିର ଇଲାଞ୍ଜିକଭିଲର ବାସିନ୍ଦା ଅବସରପ୍ରାପ୍ତ ପୋଲିସ ଅଧିକାରୀ ତାଙ୍କ ଅଗଣାରେ ଥିବା ଏକ କୂଅ ପାଖରେ ଠିଆ ହୋଇ ଲଙ୍କା ତୋଳୁଥିଲେ, ହଠାତ୍ ରମେଶନ ଯେଉଁ ଗଛ ଉପରେ ଠିଆ ହୋଇଥିଲେ ତାର ଡାଳ ଭାଙ୍ଗିଯିବାରୁ ସେ କୂଅରେ ପଡିଗଲେ । କୂଅଟି ପ୍ରାୟ ୪୦ ଫୁଟ ଗଭୀର ଥିଲା ଏବଂ ପ୍ରାୟ ୫ ଫୁଟର ପାଣି କୂଅରେ ଥିଲା।
ଏ ଦେଖି ତାଙ୍କ ସ୍ତ୍ରୀ ପଦ୍ମା ସାହାସର ସହିତ ଦୌଡି ସାହାଯ୍ୟରେ କୂଅ ତଳକୁ ଯାଇଥିଲେ । ଏହା ସହ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ସେ ସ୍ବାମୀ ରମେଶନଙ୍କୁ ଧରି ରଖିଥିଲେ । ପ୍ରଥମେ ପଦ୍ମା ତାଙ୍କ ସ୍ବାମୀ କୂଅରେ ପଡିଯିବା ପରେ ତାଙ୍କୁ ବାହାରକୁ ଆଣିବା ପାଇଁ ଏକ ପ୍ଲାଷ୍ଟିକ ରଶି ପକାଇଥିଲେ, କୂଅରେ ପଡିବା ପରେ ସେ ଆହତ ଅବସ୍ଥାରେ ଥିଵା ହେତୁ ରଶି ଦ୍ବାରା ଉଠିପାରିନଥିଲେ । ଏହା ପରେ ପଦ୍ମା ପାଖରେ ଥିବା ସମ୍ପର୍କୀୟଙ୍କୁ ଅଗ୍ମିଶମ ବାହିନୀକୁ ତୁରନ୍ତ ଡାକିବାକୁ କହିଲେ ଏବଂ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ନିଜେ କୂଅ ଭିତରକୁ ଓହ୍ଲାଇଥିଲେ ।
ଉଦ୍ଧାରକାରୀମାନେ ଘଟଣାସ୍ଥଳରେ ଯେ ପର୍ଯ୍ୟନ୍ତ ପହଞ୍ଚି ନଥିଲେ ସେ ପର୍ଯ୍ୟନ୍ତ ପଦ୍ମା କୂଅ ଭିତରେ ତାଙ୍କ ସ୍ୱାମୀଙ୍କ ହାତ ସେମିତି ଧରି ରହିଥିଲେ। ଯେତେ କଷ୍ଟ ହୋଇଥିଲେ ସୁଦ୍ଧା ସେ ସ୍ବାମୀଙ୍କୁ ପାଣି ଭିତରେ ବୁଡ଼ିବାକୁ ଦେଇ ନଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ କୂଅ ଭିତରୁ ସୁରକ୍ଷିତ ଭାବରେ ବାହାର କରିଥିଲେ। ସୋସିଆଲ ମିଡିଆରେ ପତ୍ନୀଙ୍କ ସାହାସ ଏବଂ ସ୍ବାମୀଙ୍କ ପ୍ରତି ଥିବା ଭଲପାଇବାକୁ ଭୂରି ଭୂରି ପ୍ରଶଂସା କରାଯାଉଛି ।
Powered by Froala Editor