ଚଳନ୍ତା ଅଟୋରେ ଯୁବତୀଙ୍କୁ ଛୁରୀ ଦେଖାଇ ଯୌନ ନିର୍ଯାତନା

ସୋମବାର ବିଳମ୍ବିତ ରାତିରେ ଚେନ୍ନାଇରେ ଏକ ଚଳନ୍ତା ଅଟୋରିକ୍ସାରେ ଜଣେ 18 ବର୍ଷୀୟ ପ୍ରବାସୀ ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଇଛି। ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । 3ଜଣ ସନ୍ଦିଗ୍ଧ ଏହି କାଣ୍ଡ ଘଟାଇଥିବା ନେଇ ଅଭିଯୋଗ ହୋଇଛି । ପୋଲିସ କହିଛି ଯେ ଅପରାଧ ସ୍ଥାନ ନିକଟରେ ଥିବା CCTV ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ସନ୍ଦିଗ୍ଧଙ୍କୁ ଖୋଜିବା ପାଇଁ ଚଢ଼ାଉ ଜାରି ରହିଛି।
ସୂଚନା ଅନୁଯାୟୀ, ଚେନ୍ନାଇ ନିକଟସ୍ଥ କିଲାମ୍ବକ୍କମ୍ ବସ୍ ଟର୍ମିନସ୍ ବାହାରେ ଯୁବତୀ ଜଣକ ବସ୍ ପାଇଁ ଅପେକ୍ଷା କରିଥିଲେ । ଏହାପରେ ଜଣେ ଅଟୋ ରିକ୍ସା ଡ୍ରାଇଭର ତାଙ୍କୁ ଲିଫ୍ଟ ଦେବାପାଇଁ କହିଥିଲେ । କିନ୍ତୁ ଯେତେବେଳେ ଯୁବତୀଜଣକ ଯିବାକୁ ମନା କରିଥିଲେ, ସେ ତାଙ୍କୁ ଭିତରକୁ ଟାଣି ଆଣିଥିଲେ ।
କିଛି ସମୟ ପରେ, ଆଉ ଦୁଇଜଣ ପୁରୁଷ ଅଟୋରେ ଚଢ଼ିଥିଲେ । ଏହା ତାଙ୍କୁ ଛୁରୀ ଦେଖାଇ ଯୌନ ନିର୍ଯାତନା ଦେଇଥିଲେ। ଏହାପରେ ମହିଳାଜଣକ ଚିତ୍କାର କରୁଥିବା ବେଳେ ଜଣେ ଲୋକ ପୋଲିସକୁ ଖବର ଦେଇଥିଲେ ।
ପୋଲିସର ଏକ ଦଳ ଗାଡ଼ିକୁ ପିଛା କରିବା ଆରମ୍ଭ କରିଥିଲା। ଏହାପରେ ଦୁର୍ବୁତ୍ତମାନେ ଯୁବତୀଙ୍କୁ ରାସ୍ତା କଡ଼ରେ ଛାଡ଼ି ପଳାଇ ଯାଇଥିଲେ। ଏତିକିବେଳେ ଯୁବତୀଙ୍କୁ ଜଣେ ପୋଲିସ ସାହାଯ୍ୟ କରିଥିଲେ ଏବଂ ପୋଲିସ ଦଳ ତାଙ୍କୁ ଉଦ୍ଧାର କରିଥିଲେ। ଯୁବତୀ ଜଣକ ଅନ୍ୟ ରାଜ୍ୟର ଥିଲେ ଏବଂ ଏଠାରେ ରହି କାମ କରୁଥିଲେ।
Powered by Froala Editor