ଦିଲ୍ଲୀ ବିଧାନସଭା ନିର୍ବାଚନ: ଭୋଟିଂ ପ୍ରକ୍ରିୟା ଜାରି
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ । ସମସ୍ତ ୭୦ ଆସନ ପାଇଁ ପ୍ରାର୍ଥୀ ବାଛିବାକୁ ଭୋଟ୍ ଦେଉଛି ଦିଲ୍ଲୀ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ବିଭିନ୍ନ ମତଦାନ କେନ୍ଦ୍ରରେ ବର୍ତ୍ତମାନ ଭୋଟିଂ ପ୍ରକ୍ରିୟା ଜାରି ରହିଛି । ଏହା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ । ମତଦାନ ପୂର୍ବରୁ ମକ୍ ପୋଲିଂ କରାଯାଇଥିଲା । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ଚଳିତବର୍ଷ ଦିଲ୍ଲୀରେ ୧ କୋଟି ୫୬ ଲକ୍ଷ ୧୪ ହଜାର ମତାଦାତା ରହିଛନ୍ତି । ସେମାନଙ୍କ ମଧ୍ୟରେ ୮୩,୭୬,୧୭୩ ଜଣ ପୁରୁଷ ଓ ୭୨,୩୬,୫୬୦ ଜଣ ମହିଳା ଭୋଟର ରହିଛନ୍ତି ।
ସକାଳୁ ସକାଳୁ ବିଭିନ୍ନ ବୁଥରେ ବହୁ ବିଶ୍ବିଷ୍ଟ ବ୍ୟକ୍ତିବିଶେଷ ଭୋଟ ଦେଇସାରିଲେଣି । ବିଦେଶ ବ୍ୟାପାର ମନ୍ତ୍ରୀ ଜୟ ଶଙ୍କର, କେନ୍ଦ୍ରମନ୍ତ୍ରୀ ହରଦ୍ବୀପ ସିଂ ପୁରୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସ୍ଥାନୀୟ ସାଂସଦ ବାଂଶୁରୀ ସ୍ବରାଜ ପ୍ରମୁଖ ଭୋଟ ଦେଇଛନ୍ତି । ସେହିପରି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ଏଲିସ ୱାଜ ନିଜର ମତ ସାବ୍ୟସ୍ତ କରିଛନ୍ତି । ଭୋଟ ଦେବା ପରେ ସେ ଜନତାଙ୍କୁ ଅପିଲ୍ କରି କହିଛନ୍ତି, "ସମସ୍ତେ ଘରୁ ବାହାରକୁ ଆସନ୍ତୁ । ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ୍ କରନ୍ତୁ । ସେହିପରି ମାଲବ୍ୟ ନଗର ଆସନ ବିଜେପି ପ୍ରାର୍ଥୀ ସତୀଶ ଉପାଧ୍ୟାୟ ବି ଭୋଟ ଦେଇଛନ୍ତି ।
Powered by Froala Editor