ରାତିରେ ସେବନ କରନ୍ତୁ ନାହିଁ ଏହି ୪ ଜିନିଷ

ଶରୀରକୁ ଯେବେ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ଖାଦ୍ୟ ପାନୀୟ ଓ ଜୀବନଶୈଳୀ ଉପରେ ଦୃଷ୍ଟି ଦିଅନ୍ତୁ । ଯଦି ଖାଦ୍ୟ ରୁଟିନ ଠିକ ଭାବେ ପାଳନ ନହୁଏ ତେବେ ଶରୀରରେ ଅନେକ ପ୍ରକାର ରୋଗ ଦେଖାଯାଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ କିଛି ସହଜ ଟିପ୍ସ ଦେବୁ ଯାହାଦ୍ୱାରା ଆପଣ ସୁସ୍ଥ ରହିପାରିବେ । ଆସନ୍ତୁ ଜାଣିବା ରାତିରେ କେଉଁ ୪ ଜିନିଷ ଖାଇବା କଥା ନୁହେଁ । ଏହାକୁ ରାତିରେ ଖାଇବା ଦ୍ୱାରା ଶରୀରରେ ବହୁ ପ୍ରକାର ସମସ୍ୟା ଦେଖାଯାଇଥାଏ ।
କଫି ଓ ଚା’ ଖାଇବା :
ରାତିରେ ଯଦି ଆପଣ ଚା’ କିମ୍ବା କଫି ଅଧିକ ମାତ୍ରାରେ ଖାଉଛନ୍ତି, ତେବେ ଏହାଦ୍ୱାରା ଅନିଦ୍ରା ସମସ୍ୟା ସୃଷ୍ଟି ହୋଇଥା । ଯେଉଁ ଲୋକ ରାତିରେ କଫି ପିଇଥାନ୍ତି ତାଙ୍କୁ ବେଲି ଫ୍ୟାଟର ସାମନା କରିବାକୁ ପଡିଥାଏ । ତେଣୁ ରାତିରେ ଶୋଇବା ପୂର୍ବରୁ ଚା’ ଓ କଫି ପିଅନ୍ତୁ ନାହିଁ ।
ଫାଷ୍ଟ ଫୁଡ :
ଯଦି ଆପଣ ରାତିରେ ଶୋଇବା ସମୟରେ ଫାଷ୍ଟ ଫୁଡ ଅଧିକ ଖାଉଛନ୍ତି, ତେବେ ବହୁ ଶାରିରୀକ ସମସ୍ୟା ସୃଷ୍ଟି ହୋଇଥାଏ । ପେଟ ଖରାପ ହେବା ସହ ପେଟ ଦରଜ ସମସ୍ୟା ହୋଇଥାଏ । ତେଣୁ ରାତିରେ କେବେ ବି ବର୍ଗର, ପିଜା ଆଦି ଖାଦ୍ୟ ଖାଇବ କଥା ନୁହେଁ ।
ସୋଡା ବା କୋଲ୍ଡ ଡ୍ରିଙ୍କସ :
ବହୁ ଲୋକ ରାତିରେ ଶୋଇବା ପୂର୍ବରୁ ସୋଡା ଓ କୋଲ୍ଡ ଡ୍ରିଙ୍କସ ପିଇବା ପସନ୍ଦ କରିଥାନ୍ତି । ହେଲେ ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟ ସମ୍ପର୍କିତ ବହୁ ଗମ୍ଭୀର ରୋଗ ହୋଇପାରେ । ଏହା ଅନିଦ୍ରା ସମସ୍ୟାକୁ ବଢ଼ାଇବା ସହ କୋଷ୍ଠ କାଠିନ୍ୟ ସମସ୍ୟା ମଧ୍ୟ ବୃଦ୍ଧି କରିଥାଏ ।
ଭିଟାମିନ ସି ଯୁକ୍ତ ଜୁସ ସେବନ :
ରାତିରେ ଜୁସ ସେବନ କରିବାକୁ ବହୁ ଲୋକ ପସନ୍ଦ କରିଥାନ୍ତି । ହେଲେ ରାତିରେ ଏହାର ସେବନ ଦ୍ୱାରା ଶରୀରରେ କେତେ ପ୍ରକାର ସମସ୍ୟା ହୋଇପାରେ । ଏହା ଏସିଡିଟି ବଢ଼ାଇବା ସହ ବହୁ ଅସୁବିଧା ସୃଷ୍ଟି କରିଥାଏ । ତେଣୁ ରାତିରେ ଏହାକୁ ସେବନ କରନ୍ତୁ ନାହିଁ ।
Powered by Froala Editor