ରାଷ୍ଟ୍ରପତିଙ୍କ ଭାଷଣ ବୋରିଂ କହି ତାଚ୍ଛଲ୍ୟ କଲେ ସୋନିଆ

ନୂଆଦିଲ୍ଲୀ:ଶୁକ୍ରବାର ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ ସେ ‘ପୋର ଲେଡି’ ବୋଲି କହିଛନ୍ତି । ରାଷ୍ଟ୍ରପତିଙ୍କ ଭାଷଣ ବୋରିଂ ଓ ‘ପୋର ଲେଡି’ ବୋଲି କହି ସୋନିଆ ତାଚ୍ଛଲ୍ୟ କରିଛନ୍ତି । ଅଭିଭାଷଣ ପଢ଼ି ରାଷ୍ଟ୍ରପତି ଶେଷରେ ଥକି ଯାଇଥିବା ସୋନିଆ କହିଛନ୍ତି । ତେବେ ସୋନିଆଙ୍କ ମନ୍ତବ୍ୟ ପରେ ସାରାଦେଶରେ ଏନେଇ ପ୍ରତିକ୍ରିୟା ଦେଖାଦେଇଛି । କଂଗ୍ରେସ ନେତାଙ୍କ ଏଭଳି ବିବାଦୀୟ ବୟାନ ପରେ ରାଜନୈତିକ ମାହୋଲ ସରଗରମ ହୋଇଛି। ଏହି ପ୍ରସଙ୍ଗରେ ଶାସକ ଦଳ କଂଗ୍ରେସକୁ ଘେରି ପାରନ୍ତି ବୋଲି ଅନୁମାନ କରାଯାଉଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଏସପି ସିଂହ ବଘେଲ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କ ଏଭଳି ପ୍ରତିକ୍ରିୟା ସର୍ବୋଚ୍ଚ ଆସନରେ ବସିଥିବା ଆଦିବାସୀ ମହିଳାଙ୍କ ପ୍ରତି ଅପମାନ।
Powered by Froala Editor