ଗୋଲାପୀ ଶାଢ଼ିରେ ‘ଦଙ୍ଗଲ ଗାର୍ଲ’

'ଦଙ୍ଗଲ ଗାର୍ଲ' ଭାବେ ଜଣାଶୁଣା ଅଭିନେତ୍ରୀ ସାନ୍ୟା ମାଲହୋତ୍ରା। ତାଙ୍କୁ ସମସ୍ତେ ବଳିଷ୍ଠ ଚେହେରା ସହିତ ଦେଖିଛନ୍ତି । ହେଲେ ଏବେ ଦଙ୍ଗଲ ଗାର୍ଲଙ୍କ କମନୀୟ ରୂପ ସମସ୍ତଙ୍କୁ ଆକର୍ଷଣ କରୁଛି ।
ନିକଟରେ ଅଭିନେତ୍ରୀ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ଲାଟେଷ୍ଟ୍ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ସାନ୍ୟା ଖୁବ ସୁନ୍ଦର ଗୋଲାପୀ ରଙ୍ଗର ଶାଢି ପିନ୍ଧିଛନ୍ତି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେ ପଛପଟେ ତାଙ୍କ ଚୁଟିକୁ ବାନ୍ଧିଥିବା ବେଳେ ହାଲୁକା ମେକ୍ଅପ୍ ନେଇଛନ୍ତି। ତାଙ୍କର ଏହି ଷ୍ଟାଇଲ୍ ଦେଖି ପ୍ରଶଂସକମାନେ ତାଙ୍କୁ ଖୁବ ପସନ୍ଦ କରୁଛନ୍ତି।
ସାନ୍ୟା ମାଲହୋତ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ପ୍ରଶଂସକ ତାଲିକା ମଧ୍ୟ ଖୁବ ଲମ୍ବା। ସେ ଭାରତୀୟ ହେଉ କି ପାଶ୍ଚାତ୍ୟ ପୋଷାକ, ଅଭିନେତ୍ରୀ ପ୍ରତ୍ୟେକ ଲୁକ୍ରେ ବହୁତ ସୁନ୍ଦର ଦେଖାଯାଆନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କର ପ୍ରତ୍ୟେକ ଲୁକକୁ ପସନ୍ଦ କରନ୍ତି।
Powered by Froala Editor