ଚୁଡି ପାର୍ସଲରେ ହେରୋଇନ୍
ଚୁଡି ପାର୍ସଲରୁ ଜବତ ହୋଇଛି ୭ କୋଟି ଟଙ୍କାର ହେରୋଇନ୍ । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ସୀମା ଶୁଳ୍କ ଅଧିକାରୀ ୧୮ କିଲୋ ହେରୋଇନ ଜବତ କରିଛନ୍ତି । ଅଧିକାରୀ କହିଛନ୍ତି, ପାର୍ସଲ ଆଫ୍ରିକାରୁ ଦିଲ୍ଲୀକୁ ପଠାଯାଇଥିଲା। ଯାହାର ମୂଲ୍ୟ ସାଢେ ୭ କୋଟି ଟଙ୍କା।
ସୀମା ଶୁଳ୍କ ଅଧିକାରୀ ଏକ ବୟାନରେ କହିଛନ୍ତି ଯେ, ଗତ ସପ୍ତାହରେ ଦିଲ୍ଲୀ ବିମାନବନ୍ଦରରେ ସୀମା ଶୁଳ୍କ ଅଧିକାରୀ ଦୁଇ ଦକ୍ଷିଣ ଆଫ୍ରିକୀୟ ନାଗରିକଙ୍କୁ ଗିରଫ କରିଥିଲେ ଓ ସେମାନଙ୍କଠାରୁ ୧୮ କିଲୋ ହେରୋଇନ ଜବତ ହୋଇଥିଲା । ଯାହାର ମୂଲ୍ୟ ୧୨୬ କୋଟି ଟଙ୍କା। ହେରୋଇନ ଚାଲାଣ ଅଭିଯୋଗରେ ଦୁଇ ଆଫ୍ରିକୀୟ ନାଗରିକଙ୍କୁ ଗିରଫ କରାଯାଇଥିଲା। ଏମାନେ ଜୁନ ୨୭ ତାରିଖରେ ଜୋହାନ୍ସବର୍ଗରୁ ଦୋହା ଦେଇ ହେରୋଇନ ନେଇ ଆସିଥିଲେ। ଅଭିଯୁକ୍ତମାନେ ହେରୋଇନ ଦୁଇଟି ବ୍ୟାଗରେ ଲୁଚେଇ ରଖିଥିଲେ। ତଲାସୀ ବେଳେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ୧୦ କିଲୋ ଓ ଆଉ ଜଣକ ବ୍ୟାଗରୁ ୮ କିଲୋ ହେରୋଇନ ଜବତ ହୋଇଥିଲା।
Powered by Froala Editor