ପିକଅପ୍ ଭ୍ୟାନ୍ ଓଲଟି ଛାତ୍ର ମୃତ
ବାଙ୍କୀ : ଆଜି ସାରାଦେଶ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ଏକ ବଡ ଅଘଟଣ ସାମ୍ନାକୁ ଆସିଛି। କଟକ ଜିଲ୍ଲା ବାଙ୍କୀ ଥାନା ଅଂଶୁପା ନିକଟରେ ଅଭାବନୀୟ ଘଟଣା ଘଟିଛି। ପିକଅପ୍ ଭ୍ୟାନ୍ ଓଲଟି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଭ୍ୟାନ୍ ଟି ମାଲବିହାରାପୁର ହାଇସ୍କୁଲରୁ ସରଣ୍ଡା ପରେଡ୍ ଗ୍ରାଉଣ୍ଡକୁ ଯିବାବେଳେ ଓଲଟି ପଡିଛି। ଫଳରେ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। କିଛି ଆହତ ଛତ୍ରଛାତ୍ରୀଙ୍କୁ ଆଠଗଡ ମେଡିକାଲକୁ ପଠାଯାଇଥିବାବେଳେ ଅନ୍ୟ କିଛି ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor