ଭାରତ ଫେରିବ ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହୱୁର

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତହୱୁର ରାଣାକୁ ଭାରତ ଅଣାଯିବ । ଆମେରିକାର ସୁପ୍ରିମକୋର୍ଟ ଶନିବାର ତହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଭାରତ ଦୀର୍ଘ ଦିନ ଧରି ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ଦାବି କରିଆସୁଥିଲା।
୨୦୦୮ ମୁମ୍ବାଇ ଆକ୍ରମଣ ମାମଲାର ଅଭିଯୁକ୍ତ ଲସ୍ ଏଞ୍ଜେଲସର ଏକ ଜେଲରେ ଅଛି । ନିମ୍ନ ଅଦାଲତରେ ଆଇନଗତ ଲଢ଼େଇ ହାରିବା ପରେ, ତହୱୁର ରାଣା ପ୍ରତ୍ୟର୍ପଣ ବିରୁଦ୍ଧରେ ଆମେରିକୀୟ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା ଭାରତ ।
ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହେବାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ଆସିଛି । ଭାରତର କୂଟନୈତିକ ପ୍ରୟାସ ମଧ୍ୟରେ ଆମେରିକା ସୁପ୍ରିମକୋର୍ଟର ଏହି ବଡ଼ ନିଷ୍ପତ୍ତି ଆସିଛି ।
ତହବୁର ରାଣା, ପାକିସ୍ତାନର ନାଗରିକ । ସେ କାନାଡାରେ ବ୍ୟବସାୟ କରୁଥିବା ଜଣାପଡିଥିଲା। ମୁମ୍ବାଇ ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କ ସହ ତାର ସମ୍ପୃକ୍ତି ପାଇଁ ଚର୍ଚ୍ଚାକୁ ଆସିଥିଲା ତହବୁର ରାଣା। ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର ଏ ତୋଇବା ପାଇଁ କାମ କରୁଥିବା ଆତଙ୍କୀ ଡେଭିଡ କୋଲେମନ ହେଡଲି ସହ ମଧ୍ୟ ତା’ର ସମ୍ପର୍କ ଥିଲା ।
Powered by Froala Editor