୨୧ ବର୍ଷ ପରେ ଅଲଗା ହେବେ ସେହ୍ବାଗ-ଆରତୀ!
ଗତ ବର୍ଷ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ପତ୍ନୀ ନତାଶା ଷ୍ଟେନକୋଭିକ୍ଙ୍କଠାରୁ ଅଲଗା ହୋଇଥିଲେ। ଯୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ଖବର ଏବେ ବି ଖବରରେ ରହିଛି। ପୁଣି ଶୁଣିବାକୁ ମିଳୁଛି ଯେ, ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ପତ୍ନୀ ଆରତୀ ଅହଲାଓ୍ବଟ୍ଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ହେଲେ ଦୁହିଁଙ୍କ ପକ୍ଷରୁ କୌଣସି ଆଧିକାରୀକ ବୟାନ ଆସିନାହିଁ।
ରିପୋର୍ଟ ମୁତାବକ, ସେହ୍ବାଗ-ଆରତୀଙ୍କ ୨୧ ବର୍ଷର ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ପରସ୍ପରଠାରୁ ଏକ ବର୍ଷ ଧରି ଅଲଗା ରହୁଛନ୍ତି। ଏବେ ଦୁହେଁ ଦୁହିଁଙ୍କୁ ସୋସିଆଲ ମିଡିଆରେ ଅନ୍ଫଲୋ କରିଦେଇଛନ୍ତି। ଗତ ବର୍ଷ ଦୀପାବଳିରେ ସେ ମା’ ଏବଂ ବଡ଼ ପୁଅ ଆର୍ଯ୍ୟବୀରଙ୍କ ସହ ଫଟୋ ଶେୟାର କରିଥିଲେ ସେହ୍ବାଗ। ସେଥିରେ ପତ୍ନୀ ଆରତୀ ଏବଂ ସାନ ପୁଅ ବେଦାନ୍ତ ନଜର ଆସି ନ ଥିଲା। ଏହାପରଠାରୁ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିବା କୁହାଯାଉଥିଲା। ଏବେ ଆରତୀ ସେହ୍ବାଗଙ୍କୁ ଅନଫଲୋ କରିବା ପରେ ଏଭଳି ଚର୍ଚ୍ଚା ବଢ଼ିଛି।
Powered by Froala Editor