ଭୁବନେଶ୍ଵରରେ ସିରିଜ ଦୁର୍ଘଟଣା, ପିଟି ହେଲେ ୨ ମୋ ବସ ଓ ୨ କାର
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରରେ ଗୁରୁବାର ସିରିଜ ଦୁର୍ଘଟଣା ଘଟିଛି। ରାଜମହଲ ଓ ମାଷ୍ଟରକ୍ୟାଣ୍ଟିନ ମଝି ରାସ୍ତାରେ ଦୁଇଟି ମୋ ବସ ଏବଂ ୨ଟି କାର ପଛକୁ ପଛ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ପ୍ରଥମେ ଏକ ଏସି ମୋ ବସ ଯାଉଥିବାବେଳେ ତାହା ପଛରେ ଅନ୍ୟ ଏକ ମୋ ବସ ଧକ୍କା ହୋଇଥିଲା। ଫଳରେ ପଛରେ ଆସୁଥିବା ୨ଟି କାର ହଠାତ ବ୍ରେକ ଦେବାରୁ ପଛକୁ ପଛ ପିଟି ହୋଇଯାଇଥିଲେ। ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଜାମ ରହିଥିଲା।
Powered by Froala Editor