ନିଆଁ ଗୁଜବ ଶିଣି ଟ୍ରେନ୍ରୁ ଡେଇଁଲେ ଯାତ୍ରୀ, ଅନ୍ୟ ଏକ୍ସପ୍ରେସ୍ ଚାପିଦେଲା : ୧୧ ମୃତ

ମହାରାଷ୍ଟ୍ର ଜଲଗାଁଓରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୪୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଗୁଜବ ପରେ ଯାତ୍ରୀମାନେ ଭୟରେ ପୁଷ୍ପକ ଏକ୍ସପ୍ରେସରୁ ଡେଇଁ ପଡ଼ିଥିଲେ ଏବଂ ଅନ୍ୟ ଟ୍ରାକରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ସେମାନଙ୍କୁ ଚାପି ଦେଇଥିଲା।
ସୂଚନା ଅନୁଯାୟୀ, ବୁଧବାର ଦିନ ମହାରାଷ୍ଟ୍ରର ଜଲଗାଓଁର ପରଣ୍ଡା ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନରେ ନିଆଁ ଲାଗି ଯାଇଥିବା ଭାବି କିଛି ଲୋକ ଚେନ୍ ଭିଡ଼ି ଏହାକୁ ଅଟକାଇ ଦେଲେ। ବାସ୍ ଗୁଜବରେ ବିଶ୍ୱାସ କରି କିଛି ଲୋକ ଟ୍ରେନରୁ ତଳକୁ ଡେଇଁ ପଡ଼ିଲେ। ଏହା ପରେ, ଅନ୍ୟ ଟ୍ରାକରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ଟ୍ରେନ୍ ଅନେକ ଲୋକଙ୍କୁ ଚାପି ଦେଇଥିଲା।
ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଟ୍ରେନ୍ ଚାଲୁଥିବା ସମୟରେ ଟ୍ରେନରେ ନିଆଁ ଲାଗିଯାଇଥିବାର ଗୁଜବ ଶୁଣିଥିଲେ ଏବଂ କିଛି ଯାତ୍ରୀ ଟ୍ରେନରୁ ଡେଇଁପଡ଼ିଥିଲେ। ତେବେ ଅନ୍ୟ ଟ୍ରାକରେ କର୍ଣ୍ଣାଟକ ଏକ୍ସପ୍ରେସ ଆସୁଥିବାବେଳେ ଏହା ସେମାନଙ୍କୁ ଚାପିଦେଇଥିଲା।
Powered by Froala Editor