ନବ ଦାସ ହତ୍ୟା ମାମଲାକୁ ନେଇ ସନ୍ତୋଷ ସିଂ ସାଲୁଜାଙ୍କ ବିସ୍ଫୋରକ ବୟାନ, ଜାଣନ୍ତୁ କଣ କହିଲେ
ଭୁବନେଶ୍ୱର: ଗତ କିଛି ଦିନ ହେଲା ବିଭିନ୍ନ ଗଣମାଧ୍ୟମରେ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ତେବେ ଏହାରି ଭିତରେ ଏହି ମାମଲାକୁ ନେଇ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ତାହା ହେଲା ନବ ଦାସ ହତ୍ୟା ମାମଲାକୁ ନେଇ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଏକ ବିସ୍ଫୋରକ ବୟାନ ଦେଇଛନ୍ତି ।
ସେ କହିଛନ୍ତି ଯେ ହତ୍ୟା ପୂର୍ବରୁ ନବ ଦାସଙ୍କୁ କୋଲ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା । ସେତେବେଳର ଏସପି ଓ ଜିଲ୍ଲାପାଳ ଦୂରେଇ ରହିବାକୁ କହିଥିଲେ । ସେମାନଙ୍କୁ କିଏ ଚାପ ପକାଇଥିଲେ ସମ୍ପୃକ୍ତ ଦୁଇ ଜଣ ହିଁ କହିପାରିବେ । ଷଡ଼ଯନ୍ତ୍ର ପଛରେ କିଏ, ସିବିଆଇ ତଦନ୍ତ ହେଲେ ସମ୍ପୃକ୍ତ ୨ ଜଣ ଅଫିସର କହିପାରିବେ ବୋଲି ଶ୍ରୀ ସାଲୁଜା କହିଛନ୍ତି ।
ସେହିପରି ସେ କହିଛନ୍ତି ଯେ ସେତେବେଳେ ମୁଁ ବିଧାନସଭାରେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲି । ଏବେ ବି ମୁଁ ସିବିଆଇ ତଦନ୍ତ ହେଲେ ନବ ଦାସ ହତ୍ୟା ପଛର ଷଡ଼ଯନ୍ତ୍ର ପଦାକୁ ଆସିବ ବୋଲି କହୁଛି । ଗୋପାଳ ହତ୍ୟା କରିଥିଲା ନା କରାଯାଇଥିଲା ତାହା ଜଣାପଡ଼ିବ ବୋଲି ଶ୍ରୀ ସାଲୁଜା କହିଛନ୍ତି ।
Powered by Froala Editor