୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା : ମୋହନ
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଆମର ଲକ୍ଷ୍ୟ ବୋଲି ଶନିବାର କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ସମ୍ଭାବନାର ରାଜ୍ୟ, ଦେଶର ଗ୍ରୋଥ୍ ଇଞ୍ଜିନ ଭାବେ କାମ କରିବ। ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶା ସରକାରଙ୍କର ୮ଟି ଗୁରୁତ୍ବପୂର୍ଣ୍ଣ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ପ୍ରଥମ ଏମଓୟୁ ଇଡ୍କୋ ସହ ସିଙ୍ଗାପୁରର ହୋଇଛି। ପାରାଦୀପରେ ଗ୍ରୀନ୍ ସିପିଂ କରିଡର କରିବା ପାଇଁ ମଧ୍ୟ ଏମ୍ଓୟୁ ସ୍ବାକ୍ଷର ହୋଇଛି। ଏହାଦ୍ୱାରା ଓଡ଼ିଶାରେ ପୁଞ୍ଜି ନିବେଶ ହେବା ସହ ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସହଯୋଗର ସମ୍ଭାବନା ସୃଷ୍ଟି ହେବ। ରାଜ୍ୟରେ ୫ ହଜାର କୋଟିର ନିବେଶ ହେବାର ଆଶା ରହିଛି। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଏକ ଐତିହାସିକ ଘଟଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ହେବ। ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନମଙ୍କ ଗସ୍ତ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ, ସିଙ୍ଗାପୁର ଏବଂ ଓଡିଶା ମଧ୍ୟରେ ବଢୁଥିବା ଭାଗିଦାରୀରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଚିହ୍ନଟ କରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକରେ ରାଜ୍ୟ ସରକାର ଏବଂ ସିଙ୍ଗାପୁର ଭିତ୍ତିକ କମ୍ପାନିଗୁଡିକ ମଧ୍ୟରେ ଏମଓୟୁ ବିନିମୟ ହୋଇଛି।
Powered by Froala Editor