ଶିକାରୀଙ୍କ ଉପରେ ଲାଗିବ ଅଙ୍କୁଶ, ଶିମିଳିପାଳ ଜଗିବେ ସ୍ପେଶାଲ ଫୋର୍ସ
ଶିକାରୀମାନଙ୍କ କାର୍ଯ୍ୟରେ ଅଙ୍କୁଶ ଲଗାଇବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାରଠାରୁ ଶିମିଳିପାଳ ଜଗିବେ ପୁଲିସ ଫୋର୍ସ। ବନ ବିଭାଗ ଓ ପୁଲିସର ମିଳିତ ସହଯୋଗରେ ସ୍ପେଶାଲ ଟାକ୍ସ ଫୋର୍ସ ଗଠନ ହୋଇଛି। ପ୍ରାଥମିକ ପର୍ଯ୍ୟୟରେ ମୁତୟନ ହେବେ ଏକ ପ୍ଲାଟୁନ ପୁଲିସ ଫୋର୍ସ। ଜଏଣ୍ଟ ଟାସ୍କ ଫୋର୍ସ ସହ ମିଶି ପାଟ୍ରୋଲିଂ ଓ ଚଢ଼ାଉ କରିବେ ବୋଲି ମୟୂରଭଞ୍ଜ ଏସପି ସୂଚନା ଦେଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ପୁଲିସ ମୁତୟନ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୟୂରଭଞ୍ଜ ଏସପି ପ୍ରକାଶ କରିଛନ୍ତି।
କିଛି ଦିନ ମଧ୍ଯରେ ଲଗାତାର ବାଘ ହତ୍ଯା କରାଯାଇ ଛାଲ ବିକ୍ରି କରାଯାଉଥିବା ଜଣାପଡିବା ପରେ ଡିଆଇଜି ଡକ୍ଟର ସତ୍ୟଜିତ ନାୟକ ଏହି ଟାକ୍ସ ଫୋର୍ସ ଗଠନ କରିଛନ୍ତି।
Powered by Froala Editor