ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଆସିଲା ବଡ଼ ଖବର, ଜାଣନ୍ତୁ କ’ଣ?
ନୂଆଦିଲ୍ଲୀ: ଫିଲ୍ମ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ସୈଫଙ୍କ ମେରୁଦଣ୍ଡରୁ ଛୁରୀ ବାହାର କରାଯାଇଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ୨.୫ ଇଞ୍ଚର ଛୁରୀ ମେରୁଦଣ୍ଡରେ ଥିଲା । ଅସ୍ତ୍ରୋପଚାର କରାଯାଇ ତାକୁ କଢ଼ାଯାଇଛି । ନୁ୍ୟରୋ ସର୍ଜରୀ ଓ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି । ବେକ, ମେରୁଦଣ୍ଡ ସହ ଅନ୍ୟ ସ୍ଥାନରେ ବି ଗଭୀର ଆଘାତ ଲାଗିଛି । ଏବେ ଆଇସିୟୁରେ ଅଛନ୍ତି । ୨୪ ଘଣ୍ଟା ଅବଜରଭେସନରେ ରଖାଯାଇଛି । ମୋଟ ୬ଥର ଛୁରୀ ଦ୍ୱାରା ଆଘାତ କରାଯାଇଛି । ସେଥିରୁ ୨ଟି ଗଭୀର ଓ ୨ଟି ମଧ୍ୟମ କ୍ଷତ ରହିଛି । ଅନ୍ୟପକ୍ଷରେ ସୈଫ ଅଲ୍ଲୀଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତକୁ ପୁଲିସ ଚିହ୍ନଟ କରିଛି । ସିସିଟିଭି ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି । ଜଣେ ହିଁ ଅଭିଯୁକ୍ତ ବୋଲି ସିସିଟିଭିରୁ ଜଣାଯାଇଛି ।
Powered by Froala Editor