ମତ୍ସ୍ୟଜୀବୀଙ୍କୁ କୋଟିପତି କରିଦେଲା ତେଲିଆ ଭେକ୍ଟି ମାଛ
ତେଲିଆ ଭେକ୍ଟି ମାଛ ମତ୍ସ୍ୟଜୀବୀଙ୍କୁ କୋଟିପତି କରିଦେଇଛି । ଓଡ଼ିଶା-ବେଙ୍ଗଲ ସୀମାବର୍ତ୍ତୀ ଅଞ୍ଚଳର ଦୀଘାରୁ ୧୬୧ଟି ବିରଳ ଭେକ୍ଟି ମାଛ ଜାଲରେ ପଡିଥିଲେ । ଏହି ମାଛ ଏକ କମ୍ପାନୀକୁ ୧ କୋଟି ୧୨ ଲକ୍ଷରେ ବିକ୍ରି କରିଛନ୍ତି ମତ୍ସ୍ୟଜୀବୀ ।
ଦୀଘା ସମୁଦ୍ର ମୁହାଁଣରେ ମତ୍ସ୍ୟଜୀବୀ ଦୁଇ ଦଳ ହୋଇ ଦୁଇଟି ଟ୍ରଲର ନେଇ ମାଛ ମାରିବାକୁ ଯାଇଥିଲେ । ଦୁଇ ଦଳଙ୍କ ଜାଲରେ ମୋଟ ୧୬୧ଟି ତେଲିଆ ଭେକ୍ଟି ମାଛ ଧରାପଡିଥିଲେ । ଗୋଟିଏ ଟ୍ରଲରରେ ୧୨୭ଟି ଅନ୍ୟଟିରେ ୩୪ଟି ମାଛ ପଡିଥିଲେ ।
କୋଲକାତାର ଏକ ମେରିନ କମ୍ପାନୀ ଏହି ତେଲିଆ ଭେକ୍ଟି ମାଛ କିଣିବାକୁ ଆଗ୍ରହ ପ୍ରକାଶ କରି କିଲୋ ପ୍ରତି ୧୨ ହଜାର ଟଙ୍କାରେ କିଣିଛି । ଯାହାକି ମତ୍ସ୍ୟଜୀବୀଙ୍କୁ ପ୍ରାୟ ୧ କୋଟି ୧୨ ଲକ୍ଷ ଟଙ୍କାର ମୁନାଫା ଦେଇଛି ।
ସୂଚନା ଅନୁଯାୟୀ, ଏହି ମାଛ ଏକ ବିଦେଶୀ ନମୁନା , ସାମୁଦ୍ରିକ ମାଛର ସର୍ବୋତ୍ତମ ଓ ମହଙ୍ଗା କିସମ ଭାବରେ ପରିଗଣିତ ହୁଏ । ମାଛଗୁଡିକ ସାଧାରଣତଃ ସିଙ୍ଗାପୁର , ମାଲେସିଆ , ଇଣ୍ଡୋନେସିଆ , ହଂକଂ ଏବଂ ଜାପାନକୁ ରପ୍ତାନି କରାଯାଏ। ଉଲ୍ଲେଖଯୋଗ୍ୟ , ଡିଜିରୁ ହଜାରେ କ୍ୱିଣ୍ଟାଲ ମାଛ ବିଦେଶୀ ଜିଲ୍ଲାକୁ ରପ୍ତାନି ହେଉଛି।
Powered by Froala Editor