ନେପାଳ ଭୂସ୍ଖଳନରେ ୩୮ ଜଣଙ୍କ ମୃତ୍ୟୁ, ୭୯୦ ଘର ଜଳମଗ୍ନ
କିଛି ଦିନ ତଳେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହୋଇ ଜନଜୀବନ ଅସ୍ତବ୍ୟସ୍ତ କରିଥିଲା । ବିହାରରେ ମଧ୍ୟ ବର୍ଷା ଲୋକଙ୍କୁ କଲବଲ କରୁଛି । ଏଭଳି ସ୍ଥିତିରେ ନେପାଳରେ ବନ୍ୟା ଯୋଗୁଁ ଭୂସ୍ଖଳନ ହୋଇ ୩୮ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଆହୁରି ୫୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଅନେକ ନିଖୋଜ ଅଛନ୍ତି । ଏଥିରେ ବହୁ ଲୋକଙ୍କ ଘର ବି ଉଜୁଡ଼ିଯାଇଛି । ସେନା, ପୁଲିସ ଓ ସେନା ପୁଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ନେପାଳରେ ଏବେ ବନ୍ୟା ବିଭୀଷିକା ସୃଷ୍ଟି ହୋଇଛି । କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଛି । ଏଥିଯୋଗୁଁ ପ୍ରାୟ ୭୯୦ରୁ ଅଧିକ ଘର ଜଳମଗ୍ନ ରହିଛି । ସରକାରୀ ସୂତ୍ର ଅନୁଯାୟୀ ୧୯ଟି ବ୍ରିଜ ନଷ୍ଟ ହୋଇଛି ।
Powered by Froala Editor