୮ ରେ ଆସିବେ, ପ୍ରବାସୀ ଭାରତୀୟ କାର୍ୟ୍ୟକ୍ରମରେ ସାମିଲ ହେବେ ମୋଦୀ
ଭୁବନେଶ୍ୱର: ଆସନ୍ତା ୮ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରବାସୀ ଭାରତୀୟ କାର୍ୟ୍ୟକ୍ରମରେ ସାମିଲ ହେବେ। ୮ ତାରିଖ ରାତିରେ ରାଜଭବନରେ ରାତ୍ରୀଯାପନ କରିବେ। ସେହିପରି ୯ ତାରିଖ ଜନତା ମଇଦାନରେ ଏକ କାର୍ୟ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ରହିଛି।
ଆସନ୍ତା ୮ରୁ ୧୦ ତାରିଖ ଯାଏଁ ଭୁବନେଶ୍ୱରରେ ଚାଲିବ ପ୍ରବାସୀ ଭାରତୀୟ ଦିବସ। ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ, ଅତିଥି, ପ୍ରବାସୀ ଭାରତୀୟ ଓ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀଙ୍କ ସମେତ ବହୁ ଭିଆଇପି ଓ ଭିଭିଆଇପି ଯୋଗ ଦେବେ।
ସେପଟେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ୱାଇ ବି ଖୁରାନିଆ। ଅତିଥିଙ୍କ ରହଣି ସ୍ଥାନ, କାର୍ୟ୍ୟକ୍ରମ ସ୍ଥଳ ଜନତା ମଇଦାନ ସହ ଭୁବନେଶ୍ୱର, କଟକ ଓ ପୁରୀର ପର୍ୟ୍ୟଟନ ସ୍ଥଳୀରେ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ କହିଛନ୍ତି। ଏଥିସହ ହୋଟେଲ୍ ଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଡିଜିପି।
Powered by Froala Editor