ବିଶୃଙ୍ଖଳିତ ଆଚରଣ ପାଇଁ ୪ ପୁଲିସ କର୍ମଚାରୀ ନିଲମ୍ବିତ
ନୟାଗଡ଼: ବିଶୃଙ୍ଖଳିତ ଆଚରଣ ପାଇଁ ନୟାଗଡ଼ ଏସପି ୪ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ଡିସେମ୍ବର ୩୧ ତାରିଖ ରାତିରେ ନୟାଗଡ ତ୍ରିନାଥ ବଜାର ରାସ୍ତା ଉପରେ ପୁଲିସ ସଂଘର ଦୁଇ ଗୋଷ୍ଠୀ କର୍ମଚାରୀଙ୍କ ମଧ୍ୟରେ ଏକ କାର୍ଡ ଛପାକୁ କେନ୍ଦ୍ର କରି ଯୁକ୍ତି ତର୍କ ହୋଇଥିଲା। ପରେ ଉଭୟ ପକ୍ଷଙ୍କ ମଧ୍ୟରେ ମାଡ଼ପିଟ ହୋଇଥଲା। ଏନେଇ ଉଭୟ ପକ୍ଷରୁ ନୟାଗଡ ଟାଉନ ଥାନାରେ ଏତଲା ଦିଆଯାଇଛି ।
କର୍ତ୍ତବ୍ୟରେ ଅବହେଳା ଓ ଅଶୋଭନୀୟ ଆଚରଣ ପାଇଁ ନୟାଗଡ଼ ରିଜର୍ଭର ୪ ଜଣ ପୁଲିସ କର୍ମଚାରୀଙ୍କୁ ନୟାଗଡ଼ ଏସପି ତୁରନ୍ତ ନିଲମ୍ବନ କରିଛନ୍ତି। ନିଲମ୍ବିତ ପୁଲିସ କର୍ମଚାରୀମାନେ ହେଲେ ଦିଲ୍ଲୀପ ବେହେରା, ମୁନା ବେହେରା, ସଞ୍ଜୟ ମହାପାତ୍ର, ଦୁର୍ଗା ମାଧବ ଦୋରା। ଏପରି ଏକ ବଡ଼ ପଦକ୍ଷେପ ନେଇଥିବା ନେଇ ନୟାଗଡ ଏସପି ସୂଚନା ଦେଇଛନ୍ତି।
Powered by Froala Editor