ଜୁଆ ଖେଳବେଳେ ଗିରଫ ହେଲେ ବିଜେପି ବିଧାୟକ
ଅହମ୍ମଦାବାଦ: ଜୁଆ ଖେଳୁଥିବା ବେଳେ ଗିରଫ ହୋଇଛନ୍ତି ଗୁଜରାଟର ବିଜେପି ବିଧାୟକ କେଶରୀ ସିଂ ସୋଲାଙ୍କୀ । ତାଙ୍କ ବିରୋଧରେ ବେଆଇନ ମଦ ରଖିବା ଅଭିଯୋଗ ମଧ୍ୟ ହୋଇଛି । ପଞ୍ଚମହଲ ଜିଲ୍ଲାର ପାୱାରଗଡ଼ ଏକ ରିସର୍ଟରେ ମଦ୍ୟପାନ ସହ ଜୁଆ ଖେଳୁଥିବା ବେଳେ ବିଧାୟକଙ୍କ ସହ ଅନ୍ୟ ୧୩ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ପଞ୍ଚମହଲ ପୁଲିସ ଅଧୀକ୍ଷକ ଲୀନା ପାଟିଲ କହିଛନ୍ତି । ସୋଲାଙ୍କୀ ଖେଡା ଜିଲ୍ଲା ଅନ୍ତର୍ଗତ ମାତର ବିଧାନସଭା ଆସନରୁ ବିଧାୟକ ଅଛନ୍ତି । ପୂର୍ବରୁ ସେ ଦଳର ନିଦେ୍ର୍ଧଶ ଅମାନ୍ୟ କରି କଂଗ୍ରେସ ସମର୍ଥନରେ ଭୋଟ ଦେଇ ଚର୍ଚ୍ଚାକୁ ଆସିଥିଲେ ।
Powered by Froala Editor