କ୍ଷୟକ୍ଷତି ଆକଳନ ଅବଧି ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ଅଦିନିଆ ବର୍ଷା ପାଇଁ ଚାଷ କ୍ଷୟକ୍ଷତି ଆକଳନ ଅବଧି ବଢ଼ାଇବେ ରାଜ୍ୟ ସରକାର। ସେହିପରି ଆବେଦନ ସମୟ ଆଉ ଦିନେ ବୃଦ୍ଧି ହୋଇଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସୁଦ୍ଧା ଚାଷୀଙ୍କ କ୍ଷୟକ୍ଷତି ସମ୍ପର୍କରେ ଆବେଦନ ପାଇଁ କୁହାଯାଇଥିଲା। ଏହାକୁ ଆଜି ଯାଏଁ ବୃଦ୍ଧି କରିଛନ୍ତି ସରକାର। ଅର୍ଥାତ ଆଜି ସଂଧ୍ୟା ପର୍ୟ୍ୟନ୍ତ ଚାଷୀ ନିଜ ନିଜର କ୍ଷୟକ୍ଷତି ବାବଦରେ ଅବଗତ କରାଇବେ।
ସେହିପରି କ୍ଷୟକ୍ଷତି ଆକଳନ ୩୦ ତାରିଖ ଯାଏଁ ଚାଲିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। କ୍ଷତି ଆକଳନ ଦିନ ବୃଦ୍ଧି ପାଇଁ ବି ଯୋଜନା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଗ୍ରାଉଣ୍ଡରେ ରିଅଲିଟି ଚେକ୍ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂହଦେଓ ଏବଂ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଗ୍ରାଉଣ୍ଡରେ ଫସଲହାନୀର ସ୍ଥିତି ବୁଲି ଦେଖିଥିଲେ। ଏହି ସମୟରେ ଆବେଦନ ଅବଧିକୁ ଆଉ ଦିନେ ବଢ଼ାଇବାକୁ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସଠିକ୍ ଆକଳନ ପରେ କ୍ଷତିପୂରଣ ମିଳିବ। ବୀମାଭୁକ୍ତ ନଥିଲେ କିପରି ସାହାଯ୍ୟ ପାଇବେ, ସେନେଇ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
Powered by Froala Editor