ପ୍ରେସର କୁକର୍ ଗୋଦାମରେ ନିଆଁ

ଭୁବେନେଶ୍ବର ସତ୍ୟନଗର ସ୍ଥିତ ଏକ ପ୍ରେସର କୁକର୍ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ତେବେ ବର୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।
ସତ୍ୟନଗର ସ୍ଥିତ ପିଏସପି ଡିଷ୍ଟ୍ରିବ୍ଯୁଟର ନାମକ ସଂସ୍ଥାର ଗୋଦାମରେ ସନ୍ଧ୍ୟା ୭ଟା ବେଳେ ହଠାତ ନିଆଁ ଲାଗିଥିଲା। ମାଲିକ ବନ୍ଦ କରି ଘରକୁ ଯିବା ପରେ ସେଠାରେ ନିଆଁ ଲାଗିଥିଲା। ଗୋଦାମ ଗୃହରେ ବିଭିନ୍ନ କମ୍ପାନୀର ଗ୍ରାଇଣ୍ଡର, ପ୍ରେସର କୁକର,ଫ୍ୟାନ ଆଦି ଇଲୋକ୍ଟ୍ରୋନିକ ସାମଗ୍ରୀ ବହୁ ପରିମାଣରେ ଥିଲା।ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଆୟତ୍ତ କରିବା ପାଇଁ ସ୍ବତନ୍ତ୍ର କେମିକାଲ ଯୁକ୍ତ ଫୋମ ବ୍ୟବହାର କରିଥିଲା ଅଗ୍ନିଶମ ବାହିନୀ। କେଉଁ କାରଣରୁ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁ କୁ ଆୟତ୍ତ କରିବା ପାଇଁ ନକେଦମ ହେବାକୁ ପଡ଼ିଥିଲା ଅଗ୍ନିଶମ ବାହିନୀ।
Powered by Froala Editor