ଭେଙ୍କଟଙ୍କ ହାତ ଧରିଲେ ପିଭି ସିନ୍ଧୁ
ରାଜସ୍ଥାନର ଉଦୟପୁରରେ ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି। ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ବିବାହର ପ୍ରଥମ ଫଟୋ ପ୍ରକାଶ ପାଇଛି। ପରିବାର ଓ ଘନିଷ୍ଠ ଲୋକଙ୍କ ଉପସ୍ଥିତିରେ ଏଠାକି ହୋଇଛନ୍ତି ଏହି ଦମ୍ପତି।
ସିନ୍ଧୁ ଏବଂ ଭେଙ୍କଟ ଡିସେମ୍ବର ୨୨ରେ ବିବାହ କରିଥିଲେ। ବିବାହ ସମାରୋହକୁ ବହୁତ ବ୍ୟକ୍ତିଗତ ଭାବେ ରଖାଯାଇଛି। ସିନ୍ଧୁ ଏପର୍ଯ୍ୟନ୍ତ ତାଙ୍କ ବିବାହ ଫଟୋ ଶେୟାର କରିନାହାଁନ୍ତି। ତେବେ ଏହି ବିବାହରେ ଜଡିତ ଥିବା କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱତ ଉଭୟଙ୍କ ବିବାହ ଫଟୋ ଶେୟାର କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ ସିନ୍ଧୁଙ୍କ ବାହାଘର ସମୟର ଏକ ଫଟୋ ‘ଏକ୍ସ’ରେ ଶେୟାର କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ‘‘ରବିବାର ସନ୍ଧ୍ୟାରେ ଉଦୟପୁରରେ ଭେଙ୍କଟ ଦତ୍ତା ସାଇଙ୍କ ସହ ଆମର ବ୍ୟାଡମିଣ୍ଟନ ଚମ୍ପିଆନ ଅଲିମ୍ପିଆନ ପିଭି ସିନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେଇ ଅତ୍ୟନ୍ତ ଖୁସି ଲାଗିଲା। ମୁଁ ଏହି ଦମ୍ପତିଙ୍କୁ ସେମାନଙ୍କର ନୂତନ ଜୀବନ ପାଇଁ ଶୁଭେଚ୍ଛା ଏବଂ ଆଶୀର୍ବାଦ ଦେଲି।’’
ଏହି ଦମ୍ପତି ଡିସେମ୍ବର ୨୪ରେ ହାଇଦ୍ରାବାଦରେ ଏକ ବିଶାଳ ରିସେପ୍ସନ ଆୟୋଜନ କରିବାକୁ ଯାଉଛନ୍ତି।
Powered by Froala Editor