ଅଲ୍ଲୁ ଅର୍ଜୁନଙ୍କ ଘରେ ପଶି ଭଙ୍ଗାରୁଜା, ୮ ଗିରଫ

‘ପୁଷ୍ପା-୨: ଦି ରୁଲ୍’ ଚଳଚ୍ଚିତ୍ରର ପ୍ରିମିୟର ଚାଲିଥିବାବେଳେ ଅଭିନେତା ଅଲ୍ଲୁ ଅର୍ଜୁନ ହଠାତ୍ ସେଠାରେ ପହଞ୍ଚତ୍ୟିବାରୁ ଦଳାଚକଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ତାଙ୍କ ୮ ବର୍ଷର ପୁଅ ଗୁରୁତର ହୋଇଥିଲେ। ଏହାର ପ୍ରତିବାଦରେ ଓସ୍ମାନିଆ ୟୁନିସର୍ଭିଟି ମିଳିତ କାର୍ଯ୍ୟାନୁଷ୍ଠାନ କମିଟି (ଓସିଜେଏସି)ର ସ୍ବୀକୃତିପ୍ରାପ୍ତ ଏକ ସଂଗଠନର ସଦସ୍ୟମାନେ ରବିବାର ଅଲ୍ଲୁଙ୍କ ଜୁବିଲି ହିଲ୍ସସ୍ଥିତ ବାସଭବନରେ ଧସେଇ ପଶି ଭଙ୍ଗାରୁଜା କରିଛନ୍ତି।
ଏହି ଦଳ ଅଲ୍ଲୁଙ୍କ ଘର ବାହାରେ ଥିବା ଫୁଲକୁଣ୍ଡ ଓ ଅନ୍ୟାନ୍ୟ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ମୃତ୍ୟୁ ହୋଇଥିବା ମହିଳାଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରି ସେମାନେ ଏହି ବିକ୍ଷୋଭ କରିଥିଲେ। ବିକ୍ଷୋଭକାରୀମାନେ ଅଭିନେତାଙ୍କ ଘର ଭିତରକୁ ଧସେଇ ପସିବାକୁ ମଧ୍ୟ ଉଦ୍ୟମ କରିଥିଲେ। ତେବେ ଠିକଣା ସମୟରେ ସେଠାରେ ଜୁବଲି ହିଲ୍ସ ପୁଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ଅଟକାଇବା ସହ ସେମାନଙ୍କମଧ୍ୟରୁ ୮ଜଣଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ଦଳାଚକଟା ଘଟଣାରେ ଅଲ୍ଲୁଙ୍କୁ ଗିରଫ କରାଯାଇଥିବାବେଳେ ସେ ତେଲଙ୍ଗାନା ହାଇକୋର୍ଟରୁ ଜାମିନ ପାଇ ପରଦିନ ମୁକୁଳିଥିଲେ। ତେବେ ବିନା ଅନୁମତିରେ ଅଭିନେତା ଥିଏଟରରେ ପହଞ୍ଚତ୍ବାକୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ଶନିବାର ସମାଲୋଚନା କରିଥିଲେ। ଏହି ଘଟଣା ପରେ ଅଲ୍ଲୁ ତୁରନ୍ତ ଏକ ଖବରଦାତା ସମ୍ମିଳନୀ ଡାକି ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ଚରିତ୍ର ସଂହାର ପାଇଁ ଉଦ୍ୟମ ହେଉଥିବା କହିଥିଲେ।
Powered by Froala Editor