ଡିନାମାଇଟ୍ ବ୍ଲାଷ୍ଟ ଯୋଗୁଁ ପିଥାରଗୋଡ଼ରେ ଭୂସ୍ଖଳନ

ପ୍ରାକୃତିକ ନୁହେଁ ବରଂ ଖଣି ବ୍ଲାଷ୍ଟ ଯୋଗୁଁ ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି। ଧାରଚୁଲା-ତାୱାଗାଟ ଏନଏଚ୍ରେ ଭୂସ୍ଖଳନ ଫଳରେ ଅନେକ ଯାନ ଅଟକି ରହିଛି ।
ସୂଚନା ଅନୁସାରେ ଏହି ଭୂସ୍ଖଳନ ପ୍ରାକୃତକ କାରଣରୁ ନୁହେଁ ବରଂ ମନୁଷ୍ୟକୃତ କାରଣରୁ ହୋଇଥିଲା । ରାଜପଥରେ କାମ କରୁଥିବା ହିଲ୍ ୱେଜ୍ କମ୍ପାନି ଡିନାମାଇଟ୍ ବିସ୍ଫୋରଣ କରି ପଥର ଭାଙ୍ଗୁଥିଲା । ଫଳରେ ପୂରା ଚଟାଣ ଫାଟି ଯିବା ସହ ଭୂସ୍ଖଳନ ଘଟିଥିଲା। ତେବେ ପୂର୍ବରୁ ଏ ନେଇ ସତର୍କତା ଜାରି କରାଯାଇଥିବାରୁ ବିସ୍ଫୋରଣ ସମୟରେ ଉକ୍ତ ଅଂଚଳରେ ସୀମିତ ସଂଖ୍ୟକ ଲୋକ ଥିଲେ । ଜୀବନ ବଞ୍ଚାଇବା ପାଇଁ ଶହ ଶହ ଲୋକ ଏଠାରୁ ଦୌଡିବା ଆରମ୍ଭ କରିଥିଲେ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଏହି ଭୂସ୍ଖଳନ ବିଷୟରେ ଜାଣିଥିଲେ ଏବଂ ଅଧିକାରୀମାନଙ୍କୁ ଯଥାଶୀଘ୍ର ରାସ୍ତା ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଛନ୍ତି ଯେ ପିଥୋରାଗଡ ଜିଲାର ତାୱାଘାଟ-ଧାରଚୁଲା ଜାତୀୟ ରାଜପଥରେ ଲ୍ୟାଣ୍ଡ ସ୍ଲାଇଡ ଯୋଗୁଁ ଟ୍ରାଫିକ ପ୍ରଭାବିତ ହୋଇଛି। ଏଥିରେ କୌଣସି ଜୀବନ ହାନି ହୋଇନାହିଁ। ଯଥାଶୀଘ୍ର ରାସ୍ତା ଖୋଲିବା ସହ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଓ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Powered by Froala Editor