ମହାକାଳେଶ୍ୱର ମନ୍ଦିରରେ ଅଘଟଣ ମେସିନ୍ରେ ମହିଳାଙ୍କ ଓଢ଼ଣୀ ଫସିଯିବାରୁ ମୃତ୍ୟୁ
ଉଜ୍ଜୟୀନସ୍ଥିତ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରର ଅନ୍ନକ୍ଷେତ୍ରରେ ବଡ଼ ଅଘଟଣ ଘଟିଯାଇଛି। ମନ୍ଦିରର ଅନ୍ନକ୍ଷେତ୍ର ନିକଟରେ ଥିବା ଭୋଜନଶାଳାରେ ଆଳୁ ଚୋପା ଛଡ଼ାଇବା ପାଇଁ ବ୍ୟବହୃତ ମେସିନରେ ଓଢ଼ଣୀ ଲାଗିଯିବାରୁ ଜଣେ ୩୦ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୀଡିତାଙ୍କ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ।
ସୂଚନା ମୁତାବକ ମହାକାଳେଶ୍ୱର ମନ୍ଦିରରେ ପ୍ରସାଦ ପ୍ରସ୍ତୁତିରେ ଏକ ସଂସ୍ଥା ନିୟୋଜିତ ହୋଇଥିଲା । ଏହି ସଂସ୍ଥାର କର୍ମଚାରୀ ରଜନୀ ଖଟ୍ରିଙ୍କ ଓଢଣୀ ମେସିନରେ ଫସିଯାଇଥିଲା । ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
ରଜନୀ ମନ୍ଦିରର ଅନ୍ନକ୍ଷେତ୍ର ଭୋଜନଶାଳାରେ କାମ କରୁଥିଲେ। ଏହି ସମୟରେ ତାଙ୍କ ବେକରେ ପଡ଼ିଥିବା ଓଢ଼ଣୀ ଅଜାଣତରେ ପଟାଟୋ-ପିଲିଂ ମେସିନରେ ଲାଗିଯାଇଥିଲା। ଫଳରେ ତାଙ୍କର ବେକରେ ଏହା ଜୋରରେ ଗୁଡ଼ାଇ ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ କହିଛି। ରଜନୀ ଉଜ୍ଜୟିନୀର କେଶବ ନଗରରେ ରହୁଥିଲେ ଏବଂ ତାଙ୍କର କାମ ଥିଲା ମହାକାଲେଶ୍ୱର ମନ୍ଦିରରେ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ପରିବେଷଣ କରିବା।
Powered by Froala Editor