Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ...

  • ପାକିସ୍ତାନ ସେନା ତରଫରୁ ଆଫଗାନିସ୍ତାନରେ ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ...

  • ଅଲଗା ହେବେ ଗୌରବ-ଆକାଂକ୍ଷା

  • ରାଜୀବ କୁମାର ହେବେ HDFCର ନୂଆ ଚେୟାରମ୍ୟାନ୍

  • ଦ୍ୱିତୀୟ ବିବାହ କଲେ ତ୍ରିପୁରା ପୂର୍ବତନ ...

  • ଅମରନାଥ ଯାତ୍ରା ପୂର୍ବରୁ ଆତଙ୍କବାଦୀ ଗିରଫ

  • ଦ୍ରୁତ ଗତିରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ, ...

  • ପ୍ରଥମେ ପୂଜା କରି ଅମରନାଥ ଯାତ୍ରାର ...

  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ...

Home ›› ››ଖୁବ୍‌ଶୀଘ୍ର ରାଜ୍ୟରେ କାର୍ୟ୍ୟକାରୀ ହେବ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’

ଖୁବ୍‌ଶୀଘ୍ର ରାଜ୍ୟରେ କାର୍ୟ୍ୟକାରୀ ହେବ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’

2024-12-21 10:36:48
14256
Share:
Facebook
Twitter
E-Mail
WhatsApp
Telegram
ଖୁବ୍‌ଶୀଘ୍ର ରାଜ୍ୟରେ କାର୍ୟ୍ୟକାରୀ ହେବ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଶିକ୍ଷା ବ୍ୟବସ୍ଥାର ନବୀକରଣ କରାଯିବ। ବଦଳିବ ‘ମୋ ସ୍କୁଲ ଅଭିଯାନ’ ନାଁ। ଖୁବ୍‌ଶୀଘ୍ର ରାଜ୍ୟରେ କାର୍ୟ୍ୟକାରୀ ହେବ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’। ଏ ନେଇ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ସାଂସ୍କୃତିକ, ସାମାଜିକ ଓ ଅର୍ଥନୈତିକ ବିବିଧତାରେ ପରିପୂର୍ଣ୍ଣ ଓଡ଼ିଶା ପାଇଁ ରହିଥିବା ବିଭିନ୍ନ ଆହ୍ବାନର ମୁକାବିଲା ଲାଗି ଏକ ମଜଭୁତ ତଥା ଉଦ୍ୟୋଗୀ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ନବୀକରଣର ପରିକଳ୍ପନା କରିଛନ୍ତି। ଏହି ଯୋଜନା ଅଧୀନରେ ସ୍କୁଲ ନିର୍ମାଣ, ଶିକ୍ଷାର ମାନ ବୃଦ୍ଧି ଏବଂ ସାମାଜିକ ଯୋଗଦାନ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ଏହି ବିଶାଳ ଅଭିଯାନରେ ପୂର୍ବତନ ଛାତ୍ର, ପୂର୍ବତନ ଛାତ୍ର ସଂଘ, ଶିକ୍ଷାନୁଷ୍ଠାନ, ସାମାଜିକ ସଂସ୍ଥା, କମ୍ପାନୀ, ସଂଗଠନ, ସିଆର୍‌ଏସ୍‌ କର୍ମୀ, ସାମାଜିକ କର୍ମୀ ଓ ଅନ୍ୟମାନଙ୍କୁ ସାମିଲ କରାଯିବ। ରାଜ୍ୟରେ ଶିକ୍ଷାର ବିକାଶ ଲାଗି ପାଣ୍ଠି, ସାମଗ୍ରୀ ଏବଂ ସେବା ପ୍ରଦାନ ନେଇ ଏମାନଙ୍କୁ ଏକ ମଞ୍ଚ ପ୍ରଦାନ କରାଯିବ। ଭବିଷ୍ୟତ ପିଢିକୁ ସୃଜନଶୀଳ ଉଦ୍ଭାବନକାରୀ, ଗବେଷଣାକାରୀ, ଉଦ୍ୟୋଗୀ କରି ଗଢି ତୋଳିବାର ଲକ୍ଷ୍ୟ ନେଇ ଏହି ଯୋଜନା କାର୍ୟ୍ୟକାରୀ ହେବ। ଏଥିଲାଗି ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ (ଏମ୍‌ଏସ୍‌ଏପିଏସ୍‌)କୁ ପଞ୍ଚସଖା ଶିକ୍ଷା ସେତୁ (ପିଏସ୍‌ଏସ୍‌) ଭାବେ ପୁନଃନାମିତ କରାଯିବ। ପିଏସ୍‌ଏସ୍‌ ନୂତନ ଶିକ୍ଷା ଯୋଜନାର କାର୍ୟ୍ୟକାରୀ ସଂସ୍ଥା ଭାବେ କାମ କରିବ। ରାଜ୍ୟ ମୁଖ୍ୟ ଶାସନ ସଚିବ ଏହାର ମୁଖ୍ୟ ରହିବେ। ଜିଲା ତଥା ରାଜ୍ୟସ୍ତରରେ ଯୋଜନାର କାଯର୍ର୍‌ୟକାରିତା ନେଇ ଯଥାକ୍ରମେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ କମିଟି ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯିବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ପାଣ୍ଠି ପ୍ରଦାନ କରିବେ। ଏଥିସହିତ ହଷ୍ଟେଲ, ଲ୍ୟାବ, ଲାଇବ୍ରେରି, ଇଣ୍ଟରନେଟ, ଶ୍ରେଣୀଗୃହ, ଆସବାବପତ୍ର, ଶୌଚାଳୟ ପ୍ରଭୃତି ନିର୍ମାଣ ସହିତ ଭିତ୍ତିଭୂମିର ବିକାଶ ଭଳି ବିଭିନ୍ନ କାମ ପାଇଁ ଭିନ୍ନଭିନ୍ନ ସୂତ୍ରରୁ ଦାନ ଆକାରରରେ ମଧ୍ୟ ପାଣ୍ଠି ମଧ୍ୟ ଗ୍ରହଣ କରାଯିବ। ଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ ଅଧିକାରୀ ତଥା କର୍ମଚାରୀ ନିଯୁକ୍ତ ହେବେ। ଯୋଜନା ସମ୍ବନ୍ଧୀୟ ସମସ୍ତ ଦୈନନ୍ଦିନ ବ୍ୟାପାର ପରିଚାଳନା ନିମନ୍ତେ ଏକ କାର୍ୟ୍ୟନିର୍ବାହୀ ସଂଗଠନ ରହିବ। ଏହାକୁ ସହଯୋଗ କରିବା ଲାଗି ଏକ ଗଭର୍ଣ୍ଣିଂବଡି ଏବଂ ଏକ ପରାମର୍ଶଦାତା ବୋର୍ଡ ରହିବ। କଳା, ସଂସ୍କୃତି, ଡିଜାଇନ, ଆଡ୍‌ଭର୍ଟାଇଜିଂ, ଫିଲ୍ମ ନିର୍ମାତା, ସାହିତି୍ୟକ, ବିଜ୍ଞାନ ଓ କ୍ରୀଡା କ୍ଷେତ୍ରର ବିଚାରବନ୍ତ ନେତା, ବିଶିଷ୍ଟ ଶିକ୍ଷାବିତ୍‌, ବୈଜ୍ଞାନିକ ଏବଂ ପ୍ରତିଷ୍ଠିତ ବ୍ୟକ୍ତିମାନେ ଏଥିରେ ସଦସ୍ୟ ରହିବେ ବୋଲି ସୂଚନା ଦିଆଯାଇଛି।

Powered by Froala Editor

Tags Pancha sakha setu yojana

Related articles Odisha News Lens 4.1

  • ଅଲଗା ହେବେ ଗୌରବ-ଆକାଂକ୍ଷା
    ମନୋରଞ୍ଜନ

    ଅଲଗା ହେବେ ଗୌରବ-ଆକାଂକ୍ଷା

    15144
    Jun 30, 2026
  • ପାକିସ୍ତାନ ସେନା ତରଫରୁ ଆଫଗାନିସ୍ତାନରେ ଆକ୍ରମଣ, ୩୬ ମୃତ
    ଦେଶ-ଦେଶାନ୍ତର

    ପାକିସ୍ତାନ ସେନା ତରଫରୁ ଆଫଗାନିସ୍ତାନରେ ଆକ୍ରମଣ, ୩୬ ମୃତ

    13976
    Jun 30, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ
    ବାଣିଜ୍ୟ

    ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    14912
    Jun 30, 2026
  • ରାଜୀବ କୁମାର ହେବେ HDFCର ନୂଆ ଚେୟାରମ୍ୟାନ୍
    ଦେଶ-ଦେଶାନ୍ତର

    ରାଜୀବ କୁମାର ହେବେ HDFCର ନୂଆ ଚେୟାରମ୍ୟାନ୍

    14485
    Jun 30, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ ...
    ବିଶେଷ

    ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ ...

    13906
    Jun 30, 2026
  • ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ଙ୍କ ଦାୟିତ୍ୱ ଗ୍ରହଣ
    ଦେଶ-ଦେଶାନ୍ତର

    ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ଙ୍କ ଦାୟିତ୍ୱ ଗ୍ରହଣ

    13862
    Jun 30, 2026
  • ଅମରନାଥ ଯାତ୍ରା ପୂର୍ବରୁ ଆତଙ୍କବାଦୀ ଗିରଫ
    ଦେଶ-ଦେଶାନ୍ତର

    ଅମରନାଥ ଯାତ୍ରା ପୂର୍ବରୁ ଆତଙ୍କବାଦୀ ଗିରଫ

    14946
    Jun 30, 2026
  • ଦ୍ରୁତ ଗତିରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ, ପ୍ରବଳ ବର୍ଷା
    ଦେଶ-ଦେଶାନ୍ତର

    ଦ୍ରୁତ ଗତିରେ ଆଗକୁ ବଢ଼ୁଛି ମୌସୁମୀ ବାୟୁ, ପ୍ରବଳ ବର୍ଷା

    14995
    Jun 30, 2026
  • ଦ୍ୱିତୀୟ ବିବାହ କଲେ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଦ୍ୱିତୀୟ ବିବାହ କଲେ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ

    13313
    Jun 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ଙ୍କ ଦାୟିତ୍ୱ ଗ୍ରହଣ

    13862
    Jun 30, 2026
  • ଦେଶ-ଦେଶାନ୍ତର

    ଅମରନାଥ ଯାତ୍ରା ପୂର୍ବରୁ ଆତଙ୍କବାଦୀ ଗିରଫ

    14946
    Jun 30, 2026
  • ବିଶେଷ

    ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    13906
    Jun 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16958
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17569
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17619
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18016
    Sep 06, 2023

ବିଶେଷ

  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    13906
    Jun 30, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14193
    Jun 28, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15818
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15684
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15331
    Jun 22, 2026

ବାଣିଜ୍ୟ

ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

କଲ୍ୟାଣ ଜୁଏଲର୍ସର ଲାଇଫ୍‌ଷ୍ଟାଇଲ୍‌ ଗହଣା ବ୍ରାଣ୍ଡ୍‌ କ୍ୟାଣ୍ଡିୟର୍‌ ପକ୍ଷରୁ ମହିଳା କ୍ରିକେଟ୍‌ ତାରକାସ୍ମୃତି ମନ୍ଧାନାଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର୍‌ ଭାବେ ନିଯୁକ୍ତ କରାଯାଇଛି। ବଲିଉଡ୍‌ ତାରକା ଶାହରୁଖ ଖାନଙ୍କ ସହ ସେ ଯୋଗ ଦେଇଛନ୍ତି।

ଏକ ଲାଇଫଷ୍ଟାଇଲ୍&zwn ...

  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15692
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13795
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14892
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15505
    Mar 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    13906
    Jun 30, 2026
  • ରାଜୀବ କୁମାର ହେବେ HDFCର ନୂଆ ଚେୟାରମ୍ୟାନ୍

    14485
    Jun 30, 2026
  • ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ଙ୍କ ଦାୟିତ୍ୱ ଗ୍ରହଣ

    13862
    Jun 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In