ଜୁନରେ ୨,୯୯୯ କୋଟିର ଜିଏସଟି ସଂଗ୍ରହ
ଭୁବନେଶ୍ୱର: ଚଳିତ ବର୍ଷ ଜୁନରେ ରାଜ୍ୟରେ ୨୯୯୯.୯୧ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ସଂଗ୍ରହ କରାଯାଇଛି । ରାଜ୍ୟ ବାଣିଜ୍ୟକର ଓ ଜିଏସଟି କମିସନରେଟ ତଥ୍ୟ ଅନୁସାରେ, ଜୁନରେ ୮୫୮.୮୩ କୋଟି ଟଙ୍କାର ଓଡ଼ିଶା ଜିଏସଟି, ୭୪୩.୧୬ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସଟି, ୮୪୨.୬୫୨ କୋଟି ଟଙ୍କାର ସମନ୍ୱିତ ଜିଏସଟି ଓ ୫୫୫.୨୭ କୋଟି ଟଙ୍କାର ସେସ ସଂଗ୍ରହ ହୋଇଛି । ଗତବର୍ଷର ଜୁନରେ ହୋଇଥିବା ୨୬୯୩.୭୨ ତୁଳନାରେ ଚଳିତ ବର୍ଷ ୧୧.୭୩% ଅଧିକ ଜିଏସଟି ଆଦାୟ ହୋଇଛି । ଜୁନରେ ଆଦାୟ ହୋଇଥିବା ଓଡ଼ିଶା ଜିଏସଟି ପୂର୍ବବର୍ଷ ଜୁନର ୭୫୯.୧୭ କୋଟି ଟଙ୍କା ତୁଳନାରେ ୧୩.୧୩ ପ୍ରତିଶତ ଅଧିକ । ଜୁନ ପର୍ଯ୍ୟନ୍ତ ଓଜିଏସଟି ଆଦାୟ ୮୦.୨୯ ପ୍ରତିଶତ ବୃଦ୍ଧି ପାଇ ୨୮୧୨.୯୩ କୋଟି ଟଙ୍କାରେ ପହଞ୍ଚିଛି ।
Powered by Froala Editor