ସିଭିଲ୍ କଣ୍ଟ୍ରାକ୍ଟର୍ ରୁ ‘ଅକ୍ସିଜେନ ମ୍ୟାନ୍’ ପାଲଟିଲେ ଶାହନୱାଜ

କରୋନା ରୋଗୀଙ୍କ ପାଇଁ ୨୨ ଲକ୍ଷ ଟଙ୍କାର ଗାଡି ବିକିଦେଇଛନ୍ତି ଶାହନୱାଜ ଶେଖ୍ । ମୁମ୍ବାଇର ୩୨ ବର୍ଷୀୟ ଶାହନୱାଜଙ୍କ ଏଭଳି ଉଦାରତା ପାଇଁ ତାଙ୍କୁ ପ୍ରଶଂସା କରାଯାଉଛି । ଏପରିକି ତାଙ୍କୁ ‘ଅକ୍ସିଜେନ ମ୍ୟାନ’ ବୋଲି କୁହାଯାଉଛି । ସେ ଇତିମଧ୍ୟରେ ୮ ହଜାରରୁ ଅଧିକ ଲୋକଙ୍କୁ ଜରୁରି ସମୟରେ ଅକ୍ସିଜେନ ଦେଇ ବଞ୍ଚାଇଛନ୍ତି । ଏପରି ସାହାଯ୍ୟ କରିବା ମନୋବୃତ୍ତି ପଛରେ ତାଙ୍କର ଏକ କାହାଣୀ ରହିଛି ।
ଶାହନୱାଜ୍ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ଗର୍ଭବତୀ ଭଉଣୀଙ୍କୁ ଆଖି ଆଗରେ ମରିଯିବାର ଦେଖି ଖୁବ୍ ବିଚଳିତ ହୋଇପଡ଼ିଥିଲେ । ତାଙ୍କ ବନ୍ଧୁଙ୍କ ଭଉଣୀଙ୍କ ଅବସ୍ଥା ହଠାତ୍ ଅତି ଖରାପ୍ ହୋଇଯାଇଥିଲା ଏବଂ ତାଙ୍କୁ ରିକ୍ସାରେ ହସ୍ପିଟାଲ୍ ନିଆଯାଇଥିଲା। କିନ୍ତୁ ତାଙ୍କୁ କୌଣସି ହସ୍ପିଟାଲ୍ରେ ବେଡ୍ ମିଳିଲାନି
ଏବଂ ଏକ ହସ୍ପିଟାଲ୍ ସମ୍ମୁଖରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟକୁ ଶାହନୱାଜ ଭୁଲି ପାରିନଥିଲେ। ଏହାପରେ ସେ ଲୋକଙ୍କୁ ଅକ୍ସିଜେନ୍ ଯୋଗାଇବା ପାଇଁ ଏକାକୀ ଅଭିଯାନ ଆରମ୍ଭ କରିଥିଲେ। ଏବେ ତାଙ୍କୁ ଆଉ ୪୦ ଜଣଙ୍କର ସମର୍ଥନ ମିଳିଛି ଏବଂ ବିଭିନ୍ନ ମହଲ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି। ସିଭିଲ୍ କଣ୍ଟ୍ରାକ୍ଟର୍ ବୃତ୍ତି ଛାଡ଼ି ସେ ଏବେ ଅକ୍ସିଜେନ୍ ମ୍ୟାନ୍ ହୋଇଛନ୍ତି। ପ୍ରତ୍ୟେକ ଦିନ ତାଙ୍କ ଗ୍ରୁପ୍କୁ ସାହାଯ୍ୟ ପାଇଁ ୭୦୦ରୁ ୮୦୦ କଲ୍ ଆସୁଛି ଏବଂ ପ୍ରତିଦିନ ୫୦-୬୦ ଲୋକଙ୍କୁ ସେ ମାଗଣା ଅକ୍ସିଜେନ୍ ସହାୟତା ଯୋଗାଇ ଦେଉଛନ୍ତି।
Powered by Froala Editor