ଜମ୍ମୁରେ ପୁଣି ଉଡିଲା ଡ୍ରୋନ
ଜମ୍ମୁ : ଜମ୍ମୁ ଅନ୍ତର୍ଜାତୀୟ ସୀମା ଅର୍ନିଆ ସେକ୍ଟର ଅଞ୍ଚଳରେ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି । ସକାଳ ୪ ଟା ୨୫ ମିନିଟ୍ ରେ ଡ୍ରୋନ ଦେଖାଯିବା ପରେ ବିଏସଏଫ ଯବାନ ଡ୍ରୋନ ଉପରକୁ ଗୁଳି ଚାଳନା କରିଥିଲେ । ଫାୟରିଂ ହେବାର କ୍ଷଣିକେ ମାତ୍ରେ ହିଁ ଡ୍ରୋନ ସେଠାରୁ ଗାଏବେ ହୋଇଯାଇଥିଲା । ଗତ ୫ ରୁ ୬ ଦିନ ମଧ୍ୟରେ ଡ୍ରୋନ ଦେଖାଯିବାର ପ୍ରାୟ ୯ ଟି ଘଟଣା ସାମନାକୁ ଆସିଲାଣି ।
ରବିବାରଠୁ ଏହି କାର୍ୟ୍ୟକଳାପ ଆରମ୍ଭ ହୋଇଛି । ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ ଦ୍ୱାରା ବିସ୍ଫୋରଣ ପରେ ଗୋଟିଏ ପରେ ଗୋଟିଏ ଘଟଣା ସାମନାକୁ ଆସୁଛି । ଆଜି ସକାଳୁ ଅନ୍ତର୍ଜାତୀୟ ସୀମାରେ ଡ୍ରୋନ ଦେଖିବାକୁ ମିଳିଥିଲା । ଡ୍ରୋନ ସୀମା ପାର କରିନଥିଲା । ବରଂ ଏହା ପାକିସ୍ତାନ ଅଞ୍ଚଳରେ ହିଁ ରହିଥିଲା । ବିଏସଏଫ ଯବାନ କୌଣସି ଡେରି ନକରି ତୁରନ୍ତ ଫାୟରିଂ କରିଥିଲେ । ଲଗାତାର ଏହି ଘଟଣା ଘଟୁଥିବାବେଳେ ଡିଆରଡିଓ ସଜାଗ ହୋଇ ଉଠିଛି । ଅନ୍ୟପଟେ ଆଣ୍ଟିଡ୍ରୋନ ସିଷ୍ଟମକୁ ନେଇ ମଧ୍ୟ କାମ ଚାଲିଛି ।
Powered by Froala Editor