ଗୁଣି ସନ୍ଦେହରେ ହତ୍ୟା କଲେ, ଅନ୍ୟ ଜଣଙ୍କ ଜୁଇରେ ଜାଳିଦେଲେ
ଗୁଣିଗାରେଡି ସନ୍ଦେହରେ କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ସୋମବାର ଜଣେ ବ୍ୟକ୍ତିଙ୍କୁ ୫ଜଣ ମାରିଦେଇ ଅନ୍ୟଜଣେ ମୃତ ବ୍ୟକ୍ତି ପୋଡାଯାଉଥିବା ଯୁଇରେ ପକାଇ ଜାଳି ଦେଇଛନ୍ତି। ଏ ନେଇ ବନ୍ଧୁଗାଁ ଥାନାରେ ନଂ. ୧୧୨/୨୪ରେ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ, କୋରାପୁଟ ଜିଲା ବନ୍ଧୁଗାଁ ଥାନା ଜାର୍ପା ଗାଁ’ର ଜାଙ୍ଗମା ମିଣ୍ୟାକା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ରବିବାର ଅପରାହ୍ନରେ ଗାଁର ଜାଙ୍ଗମା ମିଣ୍ୟାକାଙ୍କ ନିଜ ଘରେ ମୃତ୍ୟୁ ହୋଇଯାଇଥିଲା। ଗାଁରେ ହଠାତ ଜାଙ୍ଗମା ମିଣ୍ୟାକାଙ୍କ ମୃତ୍ୟୁକୁ ନେଇ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ଗୁଣି ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରି ଅଧିକ ପ୍ରତିଶୋଧ ପରାୟଣ ହୋଇ ଯାଇଥିଲେ।
ମୃତକଙ୍କ ସମ୍ପର୍କୀୟ ସେହି ଗାଁର ଆଉ ଜଣେ ଶିବ ମିଣ୍ୟାକାଙ୍କ ଦ୍ଵାରା ଗୁଣିଗାରେଡ଼ି କରିଥିବା ସନ୍ଦେହ କରି ଶିବଙ୍କୁ ହତ୍ୟା କରିଥିଲେ। ପ୍ରଥମେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କୁ ଗାଁ ଲୋକଙ୍କ ଦ୍ୱାରା ନିଜ ଗାଁ ଶ୍ମଶାନକୁ ନେଇ ଦାହ କରିବା ପରେ ପରେ ହତ୍ୟା କରିଥିବା ଶିବ ମିଣ୍ୟାକାଙ୍କୁ ସେହି ନିଆ ଲଗାଇ ଜାଳି ଦେଇଥିଲେ। ପରେ ଗାଁ ଓ ସମ୍ପର୍କୀୟମାନଙ୍କୁ ଘଟଣା ବିଷୟରେ କାହାରିକୁ କିଛି ନ କହିବାକୁ ତାଗିଦ କରିଥିଲେ।
ଘଟଣାରେ କେହି ମୁଁହ ଖୋଲୁନଥିବାରୁ ଏହା ଠିକ୍ ଭାବେ ଜଣାପଡି ନ ଥିଲା। ବନ୍ଧୁଗାଁ ପୋଲିସ ତନାଘନା କରିବାପରେ ପ୍ରକୃତ ସତ୍ୟ ପଦାକୁ ଆସିଛି।
Powered by Froala Editor