ମା’ ମନ ବୁଝିଲାନି ଭୋକ, ୨ ମାସର ଝିଅକୁ ସରକାରଙ୍କ ହାତରେ ଟେକିଦେଲେ ବାପା ଓ ମା’
ଭୋକର ଦାଉ ମା’ ମନ ବୁଝିଲାନି । ନିଷ୍ଠୁର ହେଲା ପାପି ପେଟ । ଶେଷରେ ୨ ମାସର କଅଁଳ ଶିଶୁ କନ୍ୟାକୁ ସରକାରଙ୍କ ହାତକୁ ଟେକ ଦେଇ ବାପା ମା ବାହାରିଛନ୍ତି ଦାଦନ ଖଟିବାକୁ । ଏଭଳି ହୃଦୟ ବିଦାରକ ଦୃଶ୍ୟ ବଲାଙ୍ଗୀରରେ ଦେଖିବାକୁ ମିଳିଛି । ଦମ୍ପତି ବଲାଙ୍ଗୀର ଶିଶୁମଙ୍ଗଳ ସମିତିରେ ଶିଶୁକନ୍ୟାକୁ ସମର୍ପି ଦେଇଛନ୍ତି। ଶିଶୁକନ୍ୟାର ମା’ କହିଛନ୍ତି, ଆମ ଝିଅକୁ ସରକାରଙ୍କୁ ଦେଇଦେଲୁ। ଝିଅକୁ ଦେଇ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯିବୁ। ଆମେ ଆମ ପିଲାକୁ ବିକ୍ରି କରି ନ ଥିଲୁ।
ସୂଚନାଯୋଗ୍ୟ, କିଛି ଦିନ ତଳେ ସାନଗୁରଜିଭଟା ଗାଁର ଦମ୍ପତି ନିଜର ଶିଶୁକନ୍ୟାକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲ୍ଲା ପ୍ରଶାସନ ଶିଶୁକନ୍ୟାକୁ ରାୟପୁରର ଘରୋଇ ହସପିଟାଲରୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଶିଶୁକନ୍ୟାର ବାପାକୁ ଅଟକ ରଖିବା ସହ ୩ ଜଣଙ୍କୁ ପୁଲିସ ଗିରଫ କରିଥିଲା।
ଏବେ ଏହି ଦମ୍ପତି ନିଜର ପେଟ ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାହାରିଛନ୍ତି। ଏଥିପାଇଁ ନିଜର ଶିଶୁକନ୍ୟାକୁ ସରକାରଙ୍କ ହାତକୁ ଟେକି ଦେଇଛନ୍ତି।
Powered by Froala Editor