ପ୍ରାତଃ ଭ୍ରମଣରେ ବ୍ୟବସାୟୀଙ୍କୁ ଆଖିବୁଜା ଗୁଳିମାଡ଼
ଶନିବାର ଉତ୍ତର-ପୂର୍ବ ଦିଲ୍ଲୀର ଶାହଦରାଠାରେ ଜଣେ ବ୍ୟବସାୟୀ ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ବାଇକ୍ ଯୋଗେ ଆକ୍ରମଣକାରୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି।ଘଟଣାସ୍ଥଳ ହିଁ ଟଳି ପଡିଛନ୍ତି ବ୍ୟବସାୟୀ। ମୃତ ବ୍ୟବସାୟୀ ହେଲେ ୫୨ ବର୍ଷୀୟ ସୁନିଲ ଜୈନ୍। ସେ ଜଣେ ବାସନ ବ୍ୟବସାୟୀ। ସବୁଦିନ ଭଳି ସେ ପ୍ରାତଃ ଭ୍ରମଣରେ ଯାଇଥିଲେ। ଏତିକି ବେଳେ ଦୁଇ ଜଣ ମୁଖା ପିନ୍ଧା ବ୍ୟକ୍ତି ଆସି ତାଙ୍କୁ ତାଙ୍କ ନାଁ ପଚାରିଥିଲେ। ଏହାପରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।
ଏହି ଘଟଣାର ତଦନ୍ତ କରି ପୁଲିସ୍ କହିଛି ଯେ ସେ ସ୍କୁଟରରେ ଘରକୁ ଫେରୁଥିବା ବେଳେ ଯମୁନା ସ୍ପୋର୍ଟସ କମ୍ପ୍ଲେକ୍ସ ନିକଟରେ ସୁନିଲଙ୍କ ଉପରେ ୭-୮ ରାଉଣ୍ଡ୍ ଗୁଳି ଚଳାଯାଇଥିଲା। ଫାର୍ସ ବଜାର ପୁଲିସ ଷ୍ଟେସନର ଏକ ଟିମ୍ ପିସିଆର୍ କଲ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଡାକ୍ତରଖାନା ନିଆଯିବା ବେଳେ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଆକ୍ରମଣକାରୀଙ୍କୁ ଧରିବା ଖୋଜିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ଉକ୍ତ ଅଞ୍ଚଳରେ ସ୍ଥାପିତ ସିସିଟିଭି କ୍ୟାମେରା ଉପରେ ଦୃଷ୍ଟି ରଖିଛି। ଜୈନଙ୍କ ପରିବାର କହିଛନ୍ତି ଯେ ତାଙ୍କ ସହ କାହାରି ଶତ୍ରୁତା ନାହିଁ କିମ୍ବା କୌଣସି ଧମକ ମଧ୍ୟ କାହାଠାରୁ ପାଇନାହାନ୍ତି।
Powered by Froala Editor