ଛାଡ଼ପତ୍ର ଗୁଜବ ଭିତରେ ଖୁସିର ମୁହୂର୍ତ୍ତ : ଏକାଠି ପୋଜ୍ ଦେଲେ ଐଶ୍ୱର୍ଯ୍ୟା ଓ ଅଭିଷେକ
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନଙ୍କ ମଧ୍ୟରେ ହେବ ଛାଡ଼ପତ୍ର। ଏହି ଚର୍ଚ୍ଚା ଭିତରେ ଐଶ୍ୱର୍ଯ୍ୟା ଓ ଅଭିଷେକଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏବେ ଐଶ୍ବର୍ଯ୍ୟା ଓ ଅଭିଷେକ ଏକାଠି ପାର୍ଟିକୁ ଯିବା ସହ ଫଟୋ ଉଠାଇଥିବା ଦେଖାଯାଇଛି। ଗୁରୁବାର ରାତିରେ ଏକ ପାର୍ଟିରେ ଅଭିନେତ୍ରୀ ଆୟେଶା ଜୁଲ୍କା, ଅନୁ ରଂଜନ ଏବଂ ଅନ୍ୟମାନଙ୍କ ସହ ବଲିଉଡ ଦମ୍ପତି ଫଟୋ ଉଠାଇଥିବା ଦେଖାଯାଇଛି। ଐଶ୍ବର୍ଯ୍ୟାଙ୍କ ସହିତ ତାଙ୍କ ମା’ ବ୍ରିନ୍ଦା ରାୟ ପାର୍ଟିରେ ସାମିଲ ହୋଇଥିବା ସାମ୍ନାକୁ ଆସିଛି।
ଫିଲ୍ମ ପ୍ରଡ୍ୟୁସର ଅନୁ ରଞ୍ଜନ ନିଜ ଇନଷ୍ଟ୍ରାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି। ଯେଉଁ ଫଟୋରେ ଅଭିଷେକ,ଐଶ୍ୱର୍ଯ୍ୟା ସହ ତାଙ୍କ ମା’ ବୃନ୍ଦା ରାଏ ମଧ୍ୟ ପୋଜ ଦେଉଥିବା ଦେଖିବାକୁ ମିଳୁଛି। ଏହି ଫଟୋରେ ଐଶ୍ୱର୍ଯ୍ୟା ଓ ଅଭିଷେକ ବହୁତ ଖୁସି ଜଣାପଡ଼ୁଛନ୍ତି।
ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି। କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି। କିଛି ଦିନ ତଳେ ଅଭିଷେକ ଝିଅ ଆରାଧ୍ୟାକୁ ଜନ୍ମଦିନରେ ଶୁଭେଚ୍ଛା ନଦେଇ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଥିଲେ। ଏହା ସହ ଦୁହେଁ କୌଣସି ପାର୍ଟିକୁ ଏକାଠି ଯାଉନଥିବାରୁ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ନେଇ ଲୋକେ ଚର୍ଚ୍ଚା କରିଥିଲେ।
Powered by Froala Editor