ହୀରାକୁଦ ଏସିଏଫ୍ଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା
ଭୁବନେଶ୍ଵର : ହୀରାକୁଦ ଏସିଏଫ୍ଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା। ଏସିଏଫ୍ ରେବତୀ ରମଣ ଯୋଶୀଙ୍କ ଘରେ ଚଢାଉ କଲା ବେଳେ ନଗଦ ୧୪ ଲକ୍ଷ ଟଙ୍କା ସହ ୧୫୦ ଗ୍ରାମର ସୁନା ଏବଂ ୩୦୦ ଗ୍ରାମର ରୁପା ଅଳଙ୍କାର ଜବତ କଲା ଭିଜିଲାନ୍ସ। ଏତଦ୍ ବ୍ୟତୀତ ଏସିଏଫ୍ଙ୍କର ୭ଟି ପ୍ଲଟ ଠାବ ହୋଇଛି। ରେବତୀ ରମଣଙ୍କର ସମ୍ଵଲପୁର ଟାଉନ୍ରେ ୩ଟି କୋଠା, ଭୁବନେଶ୍ଵରରେ ୪ଟି ଫ୍ଲାଟ୍, ଏବଂ ସମ୍ଵଲପୁର ଟାଉନ୍ରେ ୩ଟି ଫ୍ଲାଟ୍ ରହିଛି।
ଭିଜିଲାନ୍ସ ରେଡ୍ ପରେ ଆସିଲା ହୀରାକୁଦ ଏସିଏଫ୍ ରେବତୀ ରମଣ ଯୋଶୀଙ୍କ ସମ୍ପତ୍ତି ତାଲିକା। ସମ୍ବଲପୁର ଅଁଇଠାପାଲିରେ ଏସିଏଫ୍ଙ୍କର ଏକ ତିନି ମହଲା କୋଠା, ପାଲିପାଲିରେ ଏକ କୋଠା, ପଦ୍ମପୁରରେ ଏକ କୋଠା, ଭିବନେଶ୍ଵର ଘାଟିକିଆରେ ଏକ ଫ୍ଲାଟ୍, ସମ୍ବଲପୁର ସିଟି ପ୍ରାଇଡ୍ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ୍, ଚର୍ଚ୍ଚ ଛକ ବ୍ରିଜଧାମ ଆପାର୍ଟମେଣ୍ଟରେ ଦୁଇଟି ଫ୍ଲାଟ୍ ରହିଛି।
ସୂଚନାନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୀରାକୁଦ ଏସିଏଫ୍ ରେବତୀ ରମଣ ଯୋଶୀଙ୍କ ଘର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ଏହି ଚଢାଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି।
Powered by Froala Editor