ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ: ବିଜେପି
ଭୁବନେଶ୍ୱର: ପୋଲାଭରମ ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ବିରୋଧୀଙ୍କୁ କଡ଼ା ଜବାବ ଦିଆଯାଇଛି । ଏନେଇ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ ପୋଲାଭରମ ପ୍ରସଙ୍ଗରେ ବିରୋଧୀ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । ଓଡ଼ିଶାର ଇଞ୍ଚେ ଜମିକୁ ଅବୈଧଭାବେ ପୋଲାଭରମକୁ ଦିଆଯିବନି । ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ସୁଯୋଗ ମିଳିଥିଲା, ୨୪ ବର୍ଷର ବିଜେଡି ସରକାର କିଛି କରିପାରିଲେନି । ଏବେ ରାଜନୈତିକ ରୁଟି ସେକିବାକୁ କପୋଳକଳ୍ପିତ ଶବ୍ଦ ବ୍ୟବହାର କରୁଛନ୍ତି । ଏହାକୁ ରାଜ୍ୟବାସୀ କେବେ ଗ୍ରହଣ କରିବେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
Powered by Froala Editor