ପୋଲାଭରମ ପ୍ରକଳ୍ପକୁ ନେଇ ହଟ୍ଟଗୋଳ, ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ୱର: ଚାଲୁପାରୁନାହିଁ ବିଧାନସଭା । ଯାହା ଫଳରେ ବାଚସ୍ପତି ସୁରମା ବାଢ଼ଖୀ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି । ପୋଲାଭରମ ପ୍ରକଳ୍ପକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି । କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ନାରାବାଜି ଓ ହୋହାଲ୍ଲା ଯୋଗୁ ଗୃହ କାର୍ଯ୍ୟ ଚାଲି ପାରିନଥିଲା । ପୋଲାଭରମ ପ୍ରସଙ୍ଗ ବିଚାରାଧୀନ ଥିବାରୁ ବାଚସ୍ପତି ଏନେଇ ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ ।
Powered by Froala Editor