ରାଜ୍ୟର ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ରହିଛି ସୁନାଖଣି : ମନ୍ତ୍ରୀ
ରାଜ୍ୟର ଦୁଇଟି ଜିଲାରେ ସୁନାର ସନ୍ଧାନ ମିଳିଛି। ଏନେଇ ଇସ୍ପାତ ଏବଂ ଖଣିଜ ସମ୍ପଦ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି। ଗୋଟିଏ ଖଣି ଦେବଗଡ଼ ଓ ଆଉ ଗୋଟିଏ କେନ୍ଦୁଝର ଜିଲ୍ଲାରେ ସନ୍ଧାନ ମିଳିଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
ଜଳେଶ୍ୱର ବିଧାୟକ ଅଶ୍ବିନୀ କୁମାର ପାତ୍ର ଏବଂ ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଗୃହରେ ଏହି ଖୁଲାସା କରିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଦେଓଗଡ଼ ଜିଲାର ଆଡସା-ରାମପାଲି ଅଞ୍ଚଳରେ ଏବଂ କେନ୍ଦୁଝର ଜିଲାର ଗୋପୁର-ଗଜିପୁର ଅଞ୍ଚଳରେ ଏହି ସୁନା ଖଣିର ସନ୍ଧାନ ମିଳିଛି।
ଦେବଗଡ଼ ଜିଳ୍ଲାର ଆଡାସ-ରାମପଲ୍ଲୀ ଅଂଚଳରେ ଭାରତୀୟ ଭୂବୈଜ୍ଞାନକ ସଂସ୍ଥା(ଜିଏସଆଇ) ଦ୍ୱାରା ଜି-୨ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ସରିଛି । କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଂଚଳରେ ଜି-୩ସ୍ତରରେ ଅନୁସନ୍ଧାନରେ ସନ୍ତୋଷଜନକ ଫଳାଫଳ ବାହାରିବା ଯୋଗୁ ସେ ଅଂଚଳରେ ଜିଏସଆଇ ଓ ରାଜ୍ୟ ଖଣି-ଭୂତତ୍ତ୍ୱ ନିର୍ଦ୍ଦେଶାଳୟର ସହଭାଗିତାରେ ଜି-୨ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି ।
ସର୍ଭେ କରୁଥିବା ଏଜେନ୍ସିଗୁଡିକର ଚୂଡ଼ାନ୍ତ ରିପୋର୍ଟ ପାଇବା ପରେ ବୈଷୟିକ କମିଟିର ସୁପାରିଶ ଅନୁଯାୟୀ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲ ମନ୍ତ୍ରୀ କହିଛନ୍ତି।
Powered by Froala Editor