ପ୍ରତି ବ୍ଲକରେ ମଲ୍ଟି ପର୍ପୋଜ ଫିଲ୍ମ ହଲ ପ୍ରତିଷ୍ଠା ହେଉ: ଆକାଶ ଦାସ ନାୟକ
ଭୁବନେଶ୍ୱର:ଗୁରୁବାର ବିଧାନସଭାର ଶୂନ୍ୟକାଳରେ ଉଠିଛି ଫିଲ୍ମ ହଲ ପ୍ରସଙ୍ଗ । ବିଧାୟକ ଆକାଶ ଦାସନାୟକ ଏହି ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଆ ସିନେମା କୋମା ଆଡ଼କୁ ଯାଉଛି । ଓଡ଼ିଶାରେ ୫୦ରୁ ୬୦ଟି ସିନେମା ହଲ ଅଛି । କିନ୍ତୁ ପୁରୀରେ ଗୋଟିଏ ବି ନାହିଁ । ପ୍ରତି ବ୍ଲକରେ ମଲ୍ଟି ପର୍ପୋଜ ଫିଲ୍ମ ହଲ ପ୍ରତିଷ୍ଠା ହେଉ ବୋଲି ଆକାଶ ଦାସ ନାୟକ ଦାବି କରିଛନ୍ତି ।
ଏହାଛଡ଼ା ସେ କହିଛନ୍ତିଯେ ପୂର୍ବ ସରକାରରେ ଗୋଟିଲ ଫିଲ୍ମ ପଲିସି ଆସିଥିଲା, କୁଆଡେ଼ ଗଲା ଜଣାନାହିଁ । ସେହି ପଲିସିକୁ ବର୍ତ୍ତମାନ ରିଭାଇଜ କରି ଅଣାଯାଉ । ବରପୁତ୍ରମାନଙ୍କ ଉପରେ ଫିଲ୍ମ କରି ସେଥିରେ ସବସିଡି ଦିଆଯାଉ । ଏହା ଦ୍ୱାରା କଳାକାର, ଟେକନିସିଆନ ସମସ୍ତଙ୍କ ଆର୍ଥିକ ସ୍ଥିତି ସୁଧୁରିବ ବୋଲି ବିଧାୟକ ଆକାଶ ଦାସନାୟକ କହିଛନ୍ତି ।
Powered by Froala Editor