୩ ବର୍ଷରେ ବଜ୍ରପାତରେ ହୋଇଛି ୧୦୫୭ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର: ବଜ୍ରପାତ ନେଉଛି ଜୀବନ । ରାଜ୍ୟରେ ଗତ ୩ ବର୍ଷରେ ବଜ୍ରପାତରେ ୧୦୫୭ଜଣଙ୍କ ମୃତୁ୍ୟ ହୋଇଛି । ଗୁରୁବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ତାଙ୍କ ସୂଚନା ଅନୁଯାୟୀ କେବଳ ଏଇ ୭ ମାସରେ ବଜ୍ରପାତରେ ୨୦୧ଜଣଙ୍କ ମୃତୁ୍ୟ ହୋଇଛି । ୨୦୨୩-୨୪ ବର୍ଷରେ ୨୭୨ଜଣଙ୍କ ବଜ୍ରପାତଜନିତ ମୃତୁ୍ୟ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ।
Powered by Froala Editor