ଆମ ସଂସ୍କୃତି, ପରମ୍ପରା ଓ ଜୀବନ ଜୀବିକାର ଆଧାର ହେଉଛି କୃଷି କାର୍ଯ୍ୟ:ରାଷ୍ଟ୍ରପତି
ଭୁବନେଶ୍ୱର: ଗୁରୁବାର ଓୟୁଏଟି ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ଯେ କୃଷି ଉପôାଦନରେ ଅନୁଷ୍ଠାନର ଯଥେଷ୍ଟ ଅବଦାନ ରହିଛି । ଆମ ସଂସ୍କୃତି, ପରମ୍ପରା ଓ ଜୀବନ ଜୀବିକାର ଆଧାର ହେଉଛି କୃଷି କାର୍ଯ୍ୟ । ବିଗତ ଦଶନ୍ଧିରେ ଭାରତ କୃଷି ଉପôାଦନର ଅଭୂତପୂର୍ବ ସଫଳତା ପାଇଛି । ଏବେ ଭାରତ ଅନ୍ୟ ଦେଶକୁ କୃଷି ଦ୍ରବ୍ୟ ରପ୍ତାନୀ କରୁଛି । କୃଷି ଓ କୃଷକର ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ । କୃଷି କାର୍ଯ୍ୟ ପାଇଁ ଦେଶରେ ବ୍ୟାପକ ସୁଯୋଗ ରହିଛି । କୃଷି ଉପôାଦନ ବଜାୟ ରଖିବାକୁ ଉନ୍ନତ ଜ୍ଞାନ କୌଶଳର ବ୍ୟବହାର ହେଉ । କୃଷିରେ ଡ୍ରୋନ, ରିମୋଟ ସେନସିଂ ସହ ଏଆଇର ଉପଯୋଗ ହେଉ । ସମଗ୍ର ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା । ମାତ୍ରାଧିକ ରାସାୟନିକ ସାର ଓ କୀଟନାଶକର ପ୍ରୟୋଗ କୃଷି ପାଇଁ ଏକ ବଡ଼ ଆହ୍ୱାନ । ପରିବେଶ ସୁରକ୍ଷା ଓ କୃଷକଙ୍କ ସ୍ୱାସ୍ଥ୍ୟ ରକ୍ଷା ଲାଗି ଯୁବ ବିଜ୍ଞାନୀ କାମ କରିବେ । ପ୍ରାକୃତିକ କୃଷି ଲାଗି କେନ୍ଦ୍ର ସରକାର ପ୍ରୋତ୍ସାହନ ଦେଉଛନ୍ତି ।କେନ୍ଦ୍ର ସରକାର ଜାତୀୟ ପ୍ରାକୃତିକ କୃଷି ମିଶନ ଆରମ୍ଭ କରିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ।
Powered by Froala Editor