ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ମନ୍ତବ୍ୟ, ଜାଣନ୍ତୁ କ’ଣ ?
ଭୁବନେଶ୍ୱର: ରାଜ୍ୟରେ ଏବେ ଆଳୁ ଦର ୫୦ । ଯାହାକୁ ନେଇ ଖାଉଟିଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାରି ଭିତରେ ରାଜ୍ୟରେ ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟର ବିଜେପି ସରକାରଙ୍କୁ ବଦନାମ କରିବାକୁ ଆଳୁର କୃତ୍ରିମ ଅଭାବ ତିଆରି କରାଗଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ଦେବାକୁ ମନା କଲେ, ଏବେ ପୁଣି ଦେବାକୁ ରାଜି ହେଲେ । ଏବେ ବଜାର ସ୍ୱାଭାବିକ । ଆଗକୁ ଆଳୁ ଦର ଆହୁରି କମିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।
Powered by Froala Editor