ଉପସ୍ଥିତ ବୁଦ୍ଧି ବଞ୍ଚାଇଦେଲା : ବାଘ ମୁହଁକୁ କେକ୍ ଫିଙ୍ଗି ବର୍ତ୍ତିଗଲେ ଦୁଇ ଭାଈ
ଉପସ୍ଥିତ ବୁଦ୍ଧି ଖଟାଇ ବାଘ କବଳରୁ ରକ୍ଷା ପାଇଛନ୍ତି ଦୁଇ ଭାଈ । ଗୋଟିଏ କେକ୍ ପାଇଁ ବଞ୍ଚି ଯାଇଛି ଦୁଇ ଭାଇଙ୍କ ଜୀବନ। ମୃତ୍ୟୁକୁ ଜୟ କରିଥିବା ଦୁଇ ଭାଇଙ୍କ ନାଁରେ ଏବେ ଚାରିଆଡ଼େ ପ୍ରଶଂସା। ସୂଚନା ଅନୁସାରେ ମଧ୍ୟପ୍ରଦେଶର ବୁରାହାନପୁର ବାସିନ୍ଦା ଫିରୋଜଙ୍କ ପୁଅ ଜନ୍ମଦିନରେ ସାମିଲ ହେବାକୁ କେକ୍ ନେଇ ବାହାରିଥିଲେ ଦୁଇ ଭାଇ ଫିରୋଜ ଏବଂ ସବିର। ସେମାନେ ବାଇକ୍ ଯୋଗେ ଯାଉଥିବା ବେଳେ ରାସ୍ତାରେ ପଡ଼ିଥିଲା ଏକ ଆଖୁ କ୍ଷେତ। ସେତେବେଳେ ହଠାତ ଏକ କଲରାପତରିଆ ବାଘ ସେମାନଙ୍କୁ ପିଛା କରିଥିଲା। ସବିର ଗାଡ଼ି ଚଳାଉଥିବା ବେଳେ ପଛରେ ବସିଥିଲେ ଫିରୋଜ୍। ବାଘ ପିଛା କରୁଥିବା ଦେଖି ସବିର ଗାଡ଼ି ସ୍ପିଡ୍ ବଢ଼ାଇଥିଲେ। କିନ୍ତୁ କାଦୁଅ ଭର୍ତ୍ତି ରାସ୍ତାରେ ଗାଡ଼ି ଗତି ଧିମା ପଡ଼ିଯାଉଥିବା ବେଳେ ବାଘର ଗତି ବଢ଼ିଥିଲା। ଚିତାବାଘ କାଦୁଅ ରାସ୍ତାରେ ଦ୍ରୁତ ଗତିରେ ଦୌଡ଼ି ସେମାନଙ୍କ ଉପରକୁ ଚଢ଼ି ଯାଇଥିଲା ।
ବାଘ ଆକ୍ରମଣରେ ଦୁଇ ଖୁବ୍ ଡରିଯାଇଥିଲେ ଏବଂ ସେମାନେ କ'ଣ କରିବେ କିଛି ବୁଝିପାରୁନଥିଲେ। ସେହି ସମୟରେ ପଛରେ ବସିଥିବା ଭାଇ ଚିତାବାଘ ମୁହଁ ଉପରକୁ ଜନ୍ମଦିନ କେକ୍ ଫୋପାଡ଼ି ଦେଲା। ଏହା ପରେ ଚିତାବାଘଟି ଦୁଇ ଭାଇଙ୍କ ପିଛା କରିବା ଛାଡ଼ି ଦେଲା ଏବଂ ବିନା କେକ୍ ଖାଇ ଚିତାବାଘଟି କ୍ଷେତ ଭିତରକୁ ଚାଲିଗଲା। ସାବିର୍ କହିଛନ୍ତି, ଚିତାବାଘଟି ପାଖାପାଖି ୫୦୦ ମିଟର ଯାଏ ଆମ ପିଛା କରିଥିଲା। ଆମେ ଅଳ୍ପକେ ବଞ୍ଚିଗଲୁ।
Powered by Froala Editor